
ଭୁବନେଶ୍ୱର: ସ୍କୁଲରୁ ବିଶ୍ୱବଦି୍ୟାଳୟ ଯାଏଁ ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା । ଡିସେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନକୁ ନିଜସ୍ୱ ଜମି ପଟ୍ଟା ଦିଆଯିବ । ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଗରିବଙ୍କୁ ପଟ୍ଟା ପ୍ରଦାନ ନେଇ ମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କୁ ପଟ୍ଟା ସହିତ ପକ୍କା ଘର ଦିଆଯିବ। ପ୍ରତି ଶନିବାର ଭୂମିହୀନଙ୍କୁ ଜମି ଦେବା ପାଇଁ ତହସିଲଦାର ଓ ବିଡ଼ିଓଙ୍କ ବୈଠକ ବସିବ। ହିତାଧିକାରୀଙ୍କୁ ପଟ୍ଟା ଓ ଜମି ସହିତ ପକ୍କାଘର ଯୋଗାଇବେ ବିଡ଼ିଓ। ଏ ସରକାର ସମୟରେ ଜଣେ ହେଲେ ଭୂମିହୀନ ରହିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।



