
ଭୁବନେଶ୍ୱର: ରାଜ୍ୟରେ ବିଗତ ୩ ବର୍ଷରେ ସଡ଼କ ଦୁର୍ଘଟଣାରେ ମୋଟ ୧୬ ହଜାର ୨୮୭ଜଣଙ୍କ ମୃତୁ୍ୟ ହୋଇଛି । ଗୁରୁବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଏହାଛଡ଼ା ବିଗତ ୩ ବର୍ଷରେ ସଡ଼କ ଦୁର୍ଘଟଣରେ ୩୦ ହଜାର ୪୫୩ ଜଣ ଆହତ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।



