ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ରାଜ୍ୟର ଭାଇ-ଭଉଣୀମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛି। ଦୀପାବଳି ହେଉଛି ଆଲୋକ ଓ ଆନନ୍ଦର ପର୍ବ ବୋଲି କହିଛନ୍ତି।ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜ୍ଞାନର ଆଲୋକ ମଣିଷକୁ ଅଜ୍ଞାନର ଅନ୍ଧକାରରୁ ଉଦ୍ଧାର କରିଥାଏ। ନୂଆ ଆଶା, ନୂଆ ସ୍ବପ୍ନ ଓ ନୂଆ ଲକ୍ଷ୍ୟ ସହିତ ସୁନ୍ଦର ଓ ସମୃଦ୍ଧ ଭବିଷ୍ୟତକୁ ସ୍ବାଗତ କରିବା ପାଇଁ ଦୀପାବଳି ଉତ୍ସବ ଆମକୁ ପ୍ରେରଣା ଦେଇଥାଏ। ଅସତ୍ୟ ଓ ଅନ୍ୟାୟର ଅନ୍ଧାରକୁ ଭେଦି ସତ୍ୟ ଓ ନ୍ୟାୟର ଆଲୁଅ ଜୀବନରେ ପରିପ୍ରକାଶ କରିଥାଏ। ଏହା ଆଶା, ବିଶ୍ବାସ ଓ ଦୃଢ଼ ପ୍ରତିବଦ୍ଧତାର ପର୍ବ। ପ୍ରକୃତି ଓ ପରିବେଶକୁ ସମ୍ମାନ ଜଣାଇ ଚଳିତ ବର୍ଷ ଏକ ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନ କରିବା। ଅହଂକାର ଓ ଦାନବୀୟ ପ୍ରକୃତିର ଅମାଅନ୍ଧକାର ଭିତରୁ ଦୟା, କ୍ଷମା, ପ୍ରେମ ଓ ମାନବିକତାକୁ ଆଲୁଅ ଦେଖାଇବା।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ