ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ମିଳିବ ଫଳ

ଭୁବନେଶ୍ୱର:ସ୍କୁଲ ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ଫଳ ଦିଆଯିବ। ପିଏମ୍‌ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଯେଉଁ ପିଲାମାନେ ବିଦ୍ୟାଳୟରେ ଅଣ୍ଡା ଖାଉନାହାନ୍ତି କିମ୍ବା ନିରାମିଷ ଖାଉଥିବା ପିଲାଙ୍କୁ ଅଣ୍ଡା ମୂଲରେ ଫଳ ଖାଇବାକୁ ଦିଆଯିବ। ଏନେଇ ପୁଣି ଥରେ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ପିଏମ୍‌ ପୋଷଣ ଷ୍ଟେଟ୍‌ ନୋଡାଲ ଅଫିସର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକୁ ୩ ଥର ଅର୍ଥାତ୍‌ ଅଣ୍ଡା ଦିଆଯାଉଥିବା ଦିନ ଫଳ ଦିଆଯିବ। ଏହାକୁ କାର୍ୟ୍ୟକାରୀ କରିବା ପାଇଁ ସାଧାରଣ ସମସ୍ୟାକୁ ଏଡାଇବାକୁ ପଡ଼ିବ। ସେଥିପାଇଁ ଚିଠିରେ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ କୁହାଯାଇଛି।
ରାଜ୍ୟ ସମସ୍ତ ଶିଶୁବାଟିକାଠାରୁ ଦଶମ ପର୍ୟ୍ୟନ୍ତ ପିଲାଙ୍କୁ ଏହି ସୁବିଧା ମିଳିବ। ରାଜ୍ୟରେ ସ୍କୁଲ ପିଲାଙ୍କୁ କୁପୋଷଣଠାରୁ ଦୂରେଇ ରଖି ସେମାନଙ୍କୁ ଉପଯୁକ୍ତ ପୋଷଣ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସ୍କୁଲକୁ ପିଲାମାନେ ଆସୁ ନ ଥିବାରୁ ମଧ୍ୟାହ୍ନ ଭୋଜନ ମାଧ୍ୟମରେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଖାଦ୍ୟ ସାରଣୀ ମଧ୍ୟାହ୍ନ ଭୋଜନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ମଧ୍ୟାହ୍ନ ଭୋଜନରେ ଆମିଷ ଖାଉ ନ ଥିବା ପିଲାଙ୍କ ପାଇଁ ଅଣ୍ଡା ବଦଳରେ ଫଳ ଦେବାକୁ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିବାବେଳେ ଏହା ଯେପରି ଶତପ୍ରତିଶତ କାର୍ୟ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ