୨୭ ସକାଳେ ବାତ୍ୟା!

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ, ବଢିଲା ଭୟ। ଦକ୍ଷିଣପୂର୍ବ ବଙ୍ଗୋପସାଗର ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଘନୀଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେଇପାରେ । ୨୬ ତାରିଖ ସୁଦ୍ଧା ଭଗୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ତେବେ ୨୭ ତାରିଖ ସକାଳ ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।ତେବେ ଆଗାମୀ ୨୪ ଘଣ୍ଟାରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।

ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏବେ ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ଏହା ୩ କି.ମି. ବେଗରେ ଗତି କରୁଛି । ଅକ୍ଟୋବରରେ ବାତ୍ୟା ଆସୁଥିବାରୁ ଲୋକଙ୍କ ମନରେ ଛାନିଆ ପସିଛି । ସେପଟେ ଆଇଏମଡିର ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ରାଜ୍ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ରିଲିଫ୍ ସାମଗ୍ରୀ ମହଜୁତ ରଖିବାକୁ କୁହାଯାଇଛି । ଏହା ସହିତ ବାତ୍ୟା ଅଶ୍ରୟସ୍ଥଳୀ ଗୁଡ଼ିକ ପ୍ରସ୍ତୁତ ରଖିବାକୁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ପ୍ରଚୁର ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁତ ରହିଛି । ଡାକ୍ତରୀ ଟିମ୍ ସହିତ ଔଷଧ ସାମଗ୍ରୀ ଗଚ୍ଛିତ ରହିଛି । ଆବଶ୍ୟକ ପଡ଼ିଲେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଚନ୍ତି । ଏହାଛଡ଼ା ବାତ୍ୟାକୁ ନେଇ ଗୁଜବ ଠାରୁ ଦୂରେଇ ରହିବାକୁ କୁହାଯାଇଛି ।

  • Related Posts

    ଓଡ଼ିଶାରୁ ଗୋଟିଏ ଇଞ୍ଚ ରେଳପଥ ଅନ୍ୟ ରାଜ୍ୟକୁ ଯାଉ ନାହିଁ: ରେଳ ମନ୍ତ୍ରଣାଳୟ

    ଭୁବନେଶ୍ୱର: ଓଡ଼ିଶାରୁ ଗୋଟିଏ ଇଞ୍ଚ ରେଳପଥ ଅନ୍ୟ ରାଜ୍ୟକୁ ଯାଉ ନାହିଁ। ପଲାସା-ଇଚ୍ଛାପୁରମ ସେକ୍ସନରେ କୌଣସି ବଡ଼ ମାଲ୍‌ ପରିବହନ ଆୟ କରୁଥିବା ଷ୍ଟେସନ ନାହିଁ। ତେଣୁ ପୂର୍ବତଟ ରେଳପଥର କୌଣସି ରାଜସ୍ୱ କ୍ଷତି ହେବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ…

    Continue reading
    ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ପ୍ରତି ବଢୁଛି ଯୁବପିଢ଼ିଙ୍କ ଆଗ୍ରହ

    ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଓ ତୃତୀୟ ଦିନ ଅର୍ଥାତ୍‌ ଏପ୍ରିଲ ୨ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ