ଭାରତ-ଚୀନ୍ ବିବାଦର ହୋଇପାରେ ସମାଧାନ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହୋଇପାରେ ଭାରତ-ଚୀନ୍ ମଧ୍ୟରେ ବିବାଦର ସମାଧାନ । ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳୀଙ୍କର ଚାଲିଛି ବୈଠକ। ଏଲଏସିରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସୱାଲ ସୂଚନା ଦେଇଛନ୍ତି । ତେବେ ଗୁରୁବାର ନୂଆଦିଲ୍ଲୀରେ ହୋଇଥିବା ଡ଼ବ୍ଲୁଏମସିସିର ବୈଠକରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ବଜାୟ ରଖିବା ପାଇଁ ସହମତି ବ୍ୟକ୍ତ କରାଯାଇଛି। ଭାରତ ଏବଂ ଚୀନ ପୂର୍ବ ଲଦାଖର ଦୁଇଟି ସ୍ଥାନରୁ ସୈନିକଙ୍କୁ ଫେରାଇ ଆଣିବା କଥାକୁ କରାଯାଇଛି ବିଚାର। ଏନେଇ ଜୟସୱାଲ ସାପ୍ତାହିକ ବାର୍ତ୍ତାରେ ଏକର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ବିଶେଷ ପ୍ରତିନିଧିଙ୍କ ବୈଠକରେ ପ୍ରସ୍ତୁତି ଜାରି ରହିଛି । ଆମେ ବୈଦେଶିକ ସଚିବ ସ୍ତରରେ ବୈଠକ କରିବାକୁ ମଧ୍ୟ କଥାବାର୍ତ୍ତା କରିଛୁ । ଏହି ବୈଠକ ହେବା ପରେ ଆମେ ଆଗକୁ କଣ କରିବୁ ସେନେଇ ଚର୍ଚ୍ଚା କରାଯିବ । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି କି, ଡବ୍ଲୁଏମସିସି ବୈଠକ ସମ୍ବନ୍ଧିତ ଭାରତୀୟ ବୟାନରେ ସୈନିକଙ୍କୁ ଫେରାଇ ଆଣିବା ପ୍ରକ୍ରିୟାରେ ବିଷୟରେ ଆଲୋଚନା ହୋଇଛି । ତେବେ ଭାରତ ଓ ତୀନ ମଧ୍ୟରେ ପୂର୍ବ ଲଦାଖର ସୈନ୍ୟଙ୍କ ଗତିବିଧି ୨୦୨୦ ମେରୁ ଆରମ୍ଭ ହୋଇଥିଲା । ଆଉ ସେହି ବର୍ଷ ଜୁନରେ ଦୁଇ ପଡୋଶୀ ଦେଶ ମଧ୍ୟରେ ବିବାଦ ବଢିଥିଲା । ଆଉ ଗତ କିଛି ସପ୍ତାହ ପୂର୍ବରୁ ଦେପସାଂଙ୍ଗ ଓ ଡେମଚୋକରେ ସୈନିକଙ୍କ ଫେରିବା ପ୍ରକ୍ରିୟା ପୂରା ହେବା ସମାପ୍ତ ହୋଇଛି।

  • Related Posts

    ଏନକାଉଣ୍ଟର, ଆତଙ୍କୀ ନିପାତ

    ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୨ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ଅଖଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି…

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି ବାରାଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟ୍ ୯ କୋଟି ୭୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଏହା ସହିତ ବାରଣାସୀରେ ବିଭିନ୍ନ ପ୍ରକଳ୍ପ ଭେଟି ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଏନକାଉଣ୍ଟର, ଆତଙ୍କୀ ନିପାତ

    ଏନକାଉଣ୍ଟର, ଆତଙ୍କୀ ନିପାତ

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’