ଭାରତ-ଚୀନ୍ ବିବାଦର ହୋଇପାରେ ସମାଧାନ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହୋଇପାରେ ଭାରତ-ଚୀନ୍ ମଧ୍ୟରେ ବିବାଦର ସମାଧାନ । ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳୀଙ୍କର ଚାଲିଛି ବୈଠକ। ଏଲଏସିରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସୱାଲ ସୂଚନା ଦେଇଛନ୍ତି । ତେବେ ଗୁରୁବାର ନୂଆଦିଲ୍ଲୀରେ ହୋଇଥିବା ଡ଼ବ୍ଲୁଏମସିସିର ବୈଠକରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ବଜାୟ ରଖିବା ପାଇଁ ସହମତି ବ୍ୟକ୍ତ କରାଯାଇଛି। ଭାରତ ଏବଂ ଚୀନ ପୂର୍ବ ଲଦାଖର ଦୁଇଟି ସ୍ଥାନରୁ ସୈନିକଙ୍କୁ ଫେରାଇ ଆଣିବା କଥାକୁ କରାଯାଇଛି ବିଚାର। ଏନେଇ ଜୟସୱାଲ ସାପ୍ତାହିକ ବାର୍ତ୍ତାରେ ଏକର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ବିଶେଷ ପ୍ରତିନିଧିଙ୍କ ବୈଠକରେ ପ୍ରସ୍ତୁତି ଜାରି ରହିଛି । ଆମେ ବୈଦେଶିକ ସଚିବ ସ୍ତରରେ ବୈଠକ କରିବାକୁ ମଧ୍ୟ କଥାବାର୍ତ୍ତା କରିଛୁ । ଏହି ବୈଠକ ହେବା ପରେ ଆମେ ଆଗକୁ କଣ କରିବୁ ସେନେଇ ଚର୍ଚ୍ଚା କରାଯିବ । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି କି, ଡବ୍ଲୁଏମସିସି ବୈଠକ ସମ୍ବନ୍ଧିତ ଭାରତୀୟ ବୟାନରେ ସୈନିକଙ୍କୁ ଫେରାଇ ଆଣିବା ପ୍ରକ୍ରିୟାରେ ବିଷୟରେ ଆଲୋଚନା ହୋଇଛି । ତେବେ ଭାରତ ଓ ତୀନ ମଧ୍ୟରେ ପୂର୍ବ ଲଦାଖର ସୈନ୍ୟଙ୍କ ଗତିବିଧି ୨୦୨୦ ମେରୁ ଆରମ୍ଭ ହୋଇଥିଲା । ଆଉ ସେହି ବର୍ଷ ଜୁନରେ ଦୁଇ ପଡୋଶୀ ଦେଶ ମଧ୍ୟରେ ବିବାଦ ବଢିଥିଲା । ଆଉ ଗତ କିଛି ସପ୍ତାହ ପୂର୍ବରୁ ଦେପସାଂଙ୍ଗ ଓ ଡେମଚୋକରେ ସୈନିକଙ୍କ ଫେରିବା ପ୍ରକ୍ରିୟା ପୂରା ହେବା ସମାପ୍ତ ହୋଇଛି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ