ପ୍ରେମିକାର ଅନ୍ତରଙ୍ଗ ଭିଡିଓ କରି ବ୍ଲାକମେଲ କରୁଥିଲା ପ୍ରେମିକ; ଶେଷରେ କ’ଣ ହେଲା ଜାଣନ୍ତୁ….

ବାଙ୍ଗାଲୁରୁ : ପ୍ରେମରେ ଫସାଇ ବ୍ଲାକମେଲ କରି ପ୍ରେମିକାକୁ ପୁଳା ପୁଳା ଟଙ୍କା ମାଗୁଥିଲା ପ୍ରେମିକ । ଏଭଳି ଏକ ଘଟଣା ଘଟିଛି ବେଙ୍ଗଲୁରୁରେ । ପ୍ରେମିକ ଜଣଙ୍କ ଏକ ଧନୀ ଯୁବତୀଙ୍କୁ ବିବାହ କରିବ କହି ନିଜ ପ୍ରେମରେ ଫସାଇ ଥିଲା । ଏହାପରେ ଯୁବତୀଙ୍କ ଏକ ଉଲଗ୍ନ ଭିଡିଓ କରିଲା । ଏହାପରେ ଯୁବତୀଙ୍କୁ ବ୍ଲାକ ମେଲ କରି ଅଢେଇ କୋଟି ଟଙ୍କା ନେଇ ମହଙ୍ଗା ସୁନା ଅଳଙ୍କାର, ଗାଡି ଏହା ସହ ଏକ ବିଳାଶପୂର୍ଣ୍ଣ ଗାଡି କିଣିଥିଲା । ଏହା ପରେ ମଧ୍ୟ ଯୁବକଙ୍କ ଲୋଭ ସରିନଥିଲା । କିଛି ମାସ ପର୍ଯନ୍ତ ବ୍ଲାକମେଲ କରି ଆସୁଥିଲା । ଏହାପରେ ଯୁବତୀ ଜଣକ ସାହାସ ଜୁଟାଇ ପୋଲିସ ନିକଟରେ ଏକ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ଏହାସହ ଘଟଣାର ତଦନ୍ତ କରୁଛି । ପୋଲିସ ଅଧିକାରୀ କହିଛନ୍ତି କି ଯୁବତୀଙ୍କ ବୟସ ୨୦ ବର୍ଷ । ସେ ନିଜ ପ୍ରେମିକ ମୋହନ କୁମାର ସହ ବୋଡିଙ୍ଗ ସ୍କୁଲରେ ପଢିବା ସମୟ ଠାରୁ ଜାଣିଥିଲେ । ସେମାନେ ପରସ୍ପରର ଭଲ ବନ୍ଧୁ ଥିଲେ । ସ୍କୁଲରୁ ବାହାରିବା ପରେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ବହୁତ ବର୍ଷ ପରେ ସେମାନେ ପରସ୍ପର ଦେଖା ହୋଇଥିଲେ । ଏହାପରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମୋହନ ଯୁବତୀଙ୍କୁ ବିବାହ କରିବ ବୋଲି ପ୍ରତିଶୃତି ଦେଇଥିଲା । ଦୁହେଁ ଏକ ଜାଗାକୁ ବୁଲିବା ପାଇଁ ଯାଇଥିଲେ ।

ଏହି ସମୟର ସୁଯୋଗ ନେଇ ମୋହନ ଯୁବତୀଙ୍କ ଆପତ୍ତିଜନକ ଭିଡିଓ କରିଥିଲା। ସେ ଯୁବତୀଙ୍କୁ ଭରଷା ଦେଇଥିଲା ଯେ ଏହି ଭିଡିଓ କେବଳ ତା ପାଖରେ ରହିବ ବୋଲି । କିଛି ଭିଡିଓ ମୋହନ ଏପରି କରିଥିଲା ଯେପରି ନିଜ ମୁହଁ ନ ଦେଖାଯିବ । କିଛିଦିନ ପରେ ଏହି ଭିଡିଓ ଗୁଡିକୁ ନେଇ ବ୍ଲାକମେଲ କରିବା ଆରମ୍ଭ କରିଦେଲା । ଟଙ୍କା ନ ଦେଲେ ଏହି ସବୁ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା । କଥାରେ ଭୟଭୀତ ହୋଇ ଯୁବତୀ ନିଜ ଜେଜେମାଙ୍କ ଆକାଉଣ୍ଟରୁ ୧.୨୫ କୋଟି ଟଙ୍କା ନେଇ ମୋହନକୁ ଦେଇଥିଲା । ଏହାପରେ ମଧ୍ୟ ଧମକ ଅନୁସାରେ ଯୁବତୀ ଲୁଚି ଲୁଚି ବହୁତ ଟଙ୍କା ଆଣି ମୋହନକୁ ଦେଉଥିଲା । ୧.୩୨ କୋଟି ନଗଦ ଟଙ୍କା ମୋହନକୁ ଦେଇଥିଲା ଯୁବତୀ । କିନ୍ତୁ ମୋହନର ମାଗିବା ବନ୍ଦ ହୋଇନଥିଲା । ମୋହନ ଯୁବତୀଙ୍କୁ ବିଳାସପୁର୍ଣ୍ଣ ଗାଡି, ଦାମୀ ଅଳଙ୍କାର, ଏବଂ ମହଙ୍ଗା ଗାଡି କିଣି ଆମି ଦେବାପାଇଁ ଯୁବତୀଙ୍କୁ କହିଲା । ସେ ବହୁତ ଥର ନିଜ ବାପାଙ୍କ ବାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ ବହୁତ ଥର କହିଥିଲା । ଯେତେବେଳେ ଅଭିଯୁକ୍ତ ବାରମ୍ବାର ଯୁବତୀଙ୍କୁ ଟଙ୍କା ମାଗିବା ପାଇଁ ବାଧ୍ୟ କରୁଥିଲା । ସେହି ସମୟରେ ଯୁବତୀ ସାହାସର ସହିତ ପୋଲିସ ଷ୍ଟେସନ ଯାଇ ଏକ ଏତଲା ଦେଇଥିଲେ । ବାଙ୍ଗାଲୁରୁ ପୋଲିସ ଅଫିସର ଦୟାନନ୍ଦ କହିଥିଲେ ଏହା ଏକ ଯୋଜନା ଭିତ୍ତିକ ଅପରାଧ ଅଟେ । ଅଭିଯୁକ୍ତ ଯୁବତୀଙ୍କ ଠାରୁ ୨,୫୭ କୋଟି ଟଙ୍କା ନେଇଥିଲା । ସେଥିମଧ୍ୟରୁ ୮୦ ଲକ୍ଷ ଟଙ୍କା ଜବତ କରାଯାଇଛି ।

  • Related Posts

    ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ

    ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍‌ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ…

    Continue reading
    ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ