ଛତିଶଗଡ଼ର ଅପରାଧୀଙ୍କୁ ନୂଆପଡ଼ା ଆଣିଛି ବିଜେପି: ବିଜେଡି

ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ଆଜି ବିଜୁ ଜନତା ଦଳ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ବିରୋଧର ଗୁରୁତର ଅଭିଯୋଗ କରିଛି । ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଯଥାଶୀଘ୍ର ନିର୍ବାଚନ ଆୟୋଗ ଏହା ଉପରେ କର୍ୟ୍ୟନୁ ନିଅନ୍ତୁ ବୋଲି ଦୃଢ଼ ଦାବି ଉପସ୍ଥାପନ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ନିବେଦନ କରିଛି ।
ବିଜେଡି ପକ୍ଷରୁ ଦାୟର ଅଭିଯୋଗ ଅନୁସାରେ, ନୂଆପଡ଼ା ଉପନିର୍ବାଚନରେ ଅରାଜକତା ଓ ହିଂସା କାଣ୍ଡ ଘଟାଇବା ପାଇଁ ବିଜେପି ନିଦେ୍ର୍ଦଶ ରେ ଛତିଗଡର ଅପରାଧୀମାନେ ଆସି ନୂଆପଡାରେ ଡେରା ପକାଇଛନ୍ତି । ଭୋଟରଙ୍କୁ ଭୟଭୀତ କରିବା ସେମାନଙ୍କ ଉଦେ୍ଦଶ୍ୟ । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ସେମାନଙ୍କୁ ତୁରନ୍ତ ଜିଲ୍ଲାରୁ ବାହାର କରାଯାଉ ବୋଲି ବିଜେଡି ଦାବି କରିଛି ।
ବିଜେଡି ଆଉ ଏକ ସଙ୍ଗୀନ ଅଭିଯୋଗ କରିଛି ଯେ, ନିର୍ବାଚନ ସମୟ ପାଖେଇ ଆସିଥିଲେ ସୁଦ୍ଧା ଏପର୍ୟ୍ୟନ୍ତ ଇଭିଏମ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ନାହିଁ । ନିରପେକ୍ଷ ନିର୍ବାଚନ ପରିଚାଳନାରେ ଏହା ଗୁରୁତର ତ୍ରୁଟି ବୋଲି ବିଜେଡି କହିଛି । ଅନ୍ୟ ଏକ ଅଭିଯୋଗ ପତ୍ରରେ ବିଜେଡି ଦର୍ଶାଇଛି ଯେ ନିର୍ବାଚନ ପରିଚାଳନାରେ ନିୟୋଜିତ ସରକାରୀ ଅଧିକାରୀ ବିଜେଡି ସହ ପକ୍ଷପାତିତା ଚାଲିଛନ୍ତି । ବିଜେପି ନିଦେ୍ର୍ଦଶରେ ବିଜେଡି ପ୍ରାର୍ଥୀଙ୍କ ପୋଷ୍ଟର, ବ୍ୟାନର, ହୋର୍ଡିଂ ସବୁ ବାହାର କରିଦିଆ ଯାଉଛି । ବିଜେପି ପ୍ରାର୍ଥୀଙ୍କ ପୋଷ୍ଟର, ବ୍ୟାନର ଆଦି ସରକାରୀ ସମ୍ପତ୍ତି ଉପରେ କହିଥିଲେ ସୁଦ୍ଧା ତାକୁ ବାହାର କରିବା ପାଇଁ ପ୍ରଶାସନର ହାତ ଯାଉନି ।
ବିଜେପି ଆଇଟି ସେଲ୍ କୃତ୍ରିମ ବୁଦ୍ଧିମତା (ଏଆଇ) ର ବେଆଇନ ବ୍ୟବହାର କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡିର ବରିଷ୍ଠ ନେତା ମାନଙ୍କ କପୋଳକଳ୍ପିତ ଭିଡିଓ, ଫଟୋ ଆଦି ପ୍ରସ୍ତୁତ କରିବ ସହ ସାମାଜିକ ଗଣମଧ୍ୟାମରେ ପ୍ରକାଶ କରୁଛି । ଜନମତକୁ ବିଭ୍ରାନ୍ତ କରିବା ପାଇଁ ଏହା ବିଜେପିର ବହୁତ୍ ବଡ ଷଡ଼ଯନ୍ତ୍ର । ନିର୍ବାଚନ ନିୟମର ଖୋଲା ଉଲ୍ଲଂଘନ କରୁଛି ବିଜେପି । ତେଣୁ ତୁରନ୍ତ ଏହି ଅଭିଯୋଗ ଉପରେ କାର୍ୟ୍ୟାନୁଷ୍ଠାନ ହେଉ ବୋଲି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭେଟି ଦାବି କରିଛି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ