‘ଯିଏ ନେବ, ସିଏ ଯିବ’

‘ସମସ୍ତେ ସଚେତନ ହୋଇଯାଆନ୍ତୁ। ଭିଜିଲାନ୍ସ ବାହାରେ ଅପେକ୍ଷା କରିଛି। ଯିଏ ନେବ, ସିଏ ଯିବ।’ ଭୁବନେଶ୍ୱରର ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣି ଦେବଯାନୀ କର ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆଜି ଖଣ୍ଡଗିରିରୁ ଆରମ୍ଭ ହୋଇଛି। ଲାଞ୍ଚ ନେବା ବେଳେ ଯେଉଁ କିରାଣି ଧରାପଡ଼ିଛନ୍ତି, ସେ ନିଜ ପାଇଁ ଏହି ଲାଞ୍ଚ ନେଉଥିଲେ ନା ଆଉ କାହା ପାଇଁ ନେଉଥିଲେ, ସେ ନେଇ ତଦନ୍ତ ଚାଲିଛି। କେବଳ ଜଣେ କିରାଣିଙ୍କ ପାଖରେ ନଅଟକି, ଏ ଲାଞ୍ଚର ଚେର କେତେ ଲମ୍ବା ବା କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ସେ ବାବଦରେ ମଧ୍ୟ ଭିଜିଲାନ୍ସ ଓ ବିଭାଗ ତଦନ୍ତ କରୁଛି। ଯେଉଁମାନେ ଲାଞ୍ଚ କାରବାରରେ ଲିପ୍ତ ଥିବେ, ସେମାନଙ୍କ ବିରୋଧରେ କିଛି ବି ପ୍ରମାଣ ମିଳିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗକୁ ଜମିଜମା କିଣାବିକାକୁ ସଂପୂର୍ଣ୍ଣ କ୍ୟାସ୍‌ଲେସ୍ କରିବାକୁ ଯୋଜନା ରହିଛି। ଯଦି କ୍ୟାସ୍‌ଲେସ୍ କଲେ ଲୋକ ହଇରାଣ ନହେବେ, ତା’ହେଲେ ଆଗାମୀ ଦିନରେ ସଂପୂର୍ଣ୍ଣ ଜମି କିଣାବିକାକୁ ଆମେ କ୍ୟାସ୍‌ଲେସ କରିବାକୁ ଚେଷ୍ଟା କରିବୁ। କ୍ୟାସ୍‌ଲେସ୍ କଲେ ଆଉ ଅଧିକାରୀମାନଙ୍କଠାରୁ ଟଙ୍କା ବାହାରିବ ନାହିଁ। ବାହାରିଲେ ମଧ୍ୟ ଏଇଟା ରେଜିଷ୍ଟ୍ରେସନ ଚାର୍ଜେସ କହିବା ପାଇଁ ସେମାନଙ୍କୁ ମଉକା ମିଳିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଏକ ଜମିଜମା ମାମଲାରେ ଗତକାଲି ଖଣ୍ଡଗିରି ସବ୍‌ ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣି ଦେବଯାନୀ କର ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କୁ ଭିଜିଲାନ୍ସ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି। ମାତ୍ର ଚାରି ବର୍ଷ ହେଲା ଚାକିରି କରିଥିଲେ ଦେବଯାନୀ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ