ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ

ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ବଡ଼ ଆଶ୍ୱସ୍ତି। ହାଇକୋର୍ଟରୁ ତାଙ୍କୁ ମିଳିଲା ଅନ୍ତରୀଣ ଜାମିନ। ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଆଜି ଗିରଫ ଅଲ୍ଲୁ ଅର୍ଜୁନଙ୍କୁ ତଳକୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହୋଇକୋର୍ଟରୁ ତାଙ୍କୁ ମିଳିଛି ଅନ୍ତରୀଣ ଜାମିନ। ତାଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମିଳିଛି। ଅନ୍ତରୀଣ ଜାମିନ ଦେବା ବେଳେ ହାଇକୋର୍ଟ କହିଥିଲେ ଯେ ଅଲ୍ଲୁ ଅର୍ଜୁନ ଜଣେ ଅଭିନେତା ହୋଇଥିଲେ ହେଁ, ଜଣେ ସାଧାରଣ ନାଗରିକ ଭାବେ ତାଙ୍କର ମଧ୍ୟ ଜୀବନ ଓ ସ୍ୱାଧୀନତାର ଅଧିକାର ରହିଛି। ସେ କେବଳ ତାଙ୍କ ଫିଲ୍ମର ପ୍ରିମିୟର ପାଇଁ ସେହି ଥିଏଟରକୁ ଯାଇଥିଲେ। ତେଣୁ ତାଙ୍କୁ ଏହି ଘଟଣା ପାଇଁ ଦାୟୀ କରାଯାଇପାରିବ ନାହିଁ। ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ଜଣାଶୁଣା ସନ୍ଧ୍ୟା ଥିଏଟରରେ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ। ତାଙ୍କୁ ଦେଖିବା ପାଇଁ ଫ୍ୟାନମାନଙ୍କର ପ୍ରବଳ ଭିଡ଼ ଜମି ଥିଲା। ଫଳରେ ଠେଲାପେଲା ଓ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ନାବାଳକ ପୁଅ ଆହତ ମଧ୍ୟ ହୋଇଥିଲେ।

ଏହି ଘଟଣା ପରେ ମୃତ ମହିଳା ରେବତୀଙ୍କ ସ୍ୱାମୀ ଭାସ୍କର ଥାନାରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ପୁଲିସ ଗ୍ରହଣ କରି ମାମଲା ରୁଜୁ କରିଥିଲା। ଆଜି ପୁଲିସ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରି ନାମପଲ୍ଲୀ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ତେବେ ଏହାର କିଛି ସମୟ ପରେ ହାଇକୋର୍ଟ ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଘଟଣା ଘଟିବା ଦିନ ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସିବେ ବୋଲି ଥିଏଟର କର୍ତ୍ତୃପକ୍ଷ ସୂଚନା ଦେଇ ନଥିଲେ ବୋଲି ପୁଲିସ ଅଭିଯୋଗ କରିଛି। କିନ୍ତୁ ଏବେ ସାମ୍ନାକୁ ଆସିଛି ସନ୍ଧ୍ୟା ଥିଏଟରର ସେହି ଚିଠି ଯାହାକୁ ୨ ତାରିଖରେ ଚିକ୍କଡପଲ୍ଲୀ ଥାନାର ଏସିପିଙ୍କୁ ଦିଆଯାଇଥିଲା। ସେଥିରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ଯେ ଫିଲ୍ମ ଦେଖିବାକୁ ଅଲ୍ଲୁ ଅର୍ଜୁନ ଓ ପ୍ରଡକ୍ସନ ୟୁନିଟ ଅନ୍ୟ ସମସ୍ତ ସଦସ୍ୟ ଏବଂ ଭିଆଇପିମାନେ ଆସୁଛନ୍ତି। ତେଣୁ ଫ୍ୟାନ୍‌ଙ୍କ ପ୍ରବଳ ଭିଡ଼ ଜମି ପାରେ। ତେଣୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ସନ୍ଧ୍ୟା ଥିଏଟର ପକ୍ଷରୁ ପୁଲିସକୁ ଅନୁରୋଧ କରାଯାଇଥିଲା।

  • Related Posts

    ଜନ୍ତର ମନ୍ତରରେ ପ୍ରଦର୍ଶନ ମନା: ଦିଲ୍ଲୀରେ ବିକ୍ଷୋଭ ପାଇଁ ୩ଟି ନୂଆ ସ୍ଥାନ ଚିହ୍ନଟ

    ନୂଆଦିଲ୍ଲୀ:ଦେଶର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସ ୩ଟି ନୂଆ ସ୍ଥାନ ନିର୍ଦ୍ଧାରିତ କରିଛି। ଏଗୁଡ଼ିକ ହେଲା— ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି (CBD) ମୈଦାନ। ଏଥିସହିତ ଜନ୍ତର ମନ୍ତରକୁ ପ୍ରଦର୍ଶନ ସ୍ଥଳ ଭାବେ…

    Continue reading
    ଜନ୍ତର ମନ୍ତର ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍

    ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରିବାକୁ ନେଇ ସିଜେପିର କାର୍ଯ୍ୟକର୍ତ୍ତାମାନେ ସୋମବାର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ପହଞ୍ଚିଛନ୍ତି। ଏହି ମାମଲାରେ ସେମାନେ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦେଇଛନ୍ତି। ସିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ