ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ; କହିଲେ ଏକତାର ମହାଯଜ୍ଞ ହେଉଛି ‘କୁମ୍ଭ ମେଳା’

ଆସନ୍ତା ଜାନୁଆରୀ ୧୩ରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଆରମ୍ଭ ହେବ। ଏହି ମହାପର୍ବର ଠିକ୍ ଗୋଟିଏ ମାସ ପୂର୍ବରୁ, ଅର୍ଥାତ୍ ଆଜି ୧୩ ଡିସେମ୍ବର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭର ସଫଳ ଆୟୋଜନ ପାଇଁ ଗଙ୍ଗା ପୂଜା କରିଥିଲେ। ପୂଜାପାଠ ପରେ ସଙ୍ଗମସ୍ଥଳୀରେ ଆୟୋଜିତ ଜନସଭାରେ ପହଞ୍ଚି ୫ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୬୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।

ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଅକ୍ଷୟ ବଟ କରିଡର, ହନୁମାନ ମନ୍ଦିର କରିଡର, ସରସ୍ୱତୀ କୁପ କରିଡର, ଭରଦ୍ୱାଜ ଆଶ୍ରମ କରିଡର, ଶୃଙ୍ଗଭେରପୁର କରିଡର ସହିତ କୁମ୍ଭମେଳା ପାଇଁ ‘କୁମ୍ଭ ସହାୟକ’ ଚାଟବଟ୍ ଲଞ୍ଚ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ଗଙ୍ଗା ପୂଜା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଷୟ ବଟ ଓ ବଡ଼ ହନୁମାନ ମନ୍ଦିରରେ ପହଞ୍ଚି ଦର୍ଶନ ଓ ଆଳତୀ କରିଥିଲେ। ଏହାପରେ ହନୁମାନ ମନ୍ଦିରର ପ୍ରସ୍ତାବିତ ପରିକ୍ରମା ପ୍ରକଳ୍ପ ମଡେଲକୁ ଦେଖିଥିଲେ ମୋଦି। ଏହି ସମୟରେ ପ୍ରୟାଗରାଜ ବିକାଶ ପ୍ରାଧିକରଣର ଭିସି ଏହି ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ଏହାପରେ ସଙ୍ଗମ କୂଳରେ ଆୟୋଜିତ ହେବାକୁ ଥିବା କୁମ୍ଭମେଳା ସ୍ଥଳୀରେ ପହଞ୍ଚି ଭକ୍ତଙ୍କ ପାଇଁ ସୁବିଧା ତଥା ଭିଡ଼ ପରିଚାଳନା ଇତ୍ୟାଦି ବିଷୟରେ ଅଧିକାରୀମାନେ ପିଏମ୍ ମୋଦୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିଥିଲେ।

ଏହିସବୁ ପ୍ରକଳ୍ପର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ମହାକୁମ୍ଭକୁ ସଫଳ କରିବା ପାଇଁ ଦିନରାତି କାର୍ଯ୍ୟ କରୁଥିବା କର୍ମଚାରୀ, ଶ୍ରମିକ ଏବଂ ପରିମଳ କର୍ମଚାରୀମାନଙ୍କୁ ମୁଁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି। ଆସନ୍ତା ବର୍ଷ ମହାକୁମ୍ଭ ଆୟୋଜନ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂତନ ଶିଖରରେ ପହଞ୍ଚାଇବ। ଯଦି ମୋତେ ଏହି ମହାକୁମ୍ଭର ବର୍ଣ୍ଣନା କରିବାକୁ ପଡେ, ତେବେ ମୁଁ କହିବି ଯେ ଏହା ଏକତାର ଏମିତି ଏକ ମହାଯଜ୍ଞ ହେବ, ଯାହାର ଚର୍ଚ୍ଚା ସାରା ବିଶ୍ୱରେ ହେବ। ଏହି ଦିବ୍ୟ ଆୟୋଜନର ଭବ୍ୟ ସଫଳତା ପାଇଁ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି ବୋଲି ଜନସଭାକୁ କହିଥିଲେ ପ୍ରଧାନମନ୍ତ୍ରୀ।

  • Related Posts

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ। ରୋଗୀଙ୍କୁ ବ୍ୟବହାର କରି ନିଜର ପ୍ରଚାର ପ୍ରସାର କରିପାରିବେନି ଡାକ୍ତର। ନିଜକୁ ‘ନମ୍ବର ୱାନ୍’ କିମ୍ବା ‘ବେଷ୍ଟ ଡାକ୍ତର’ କହି ରୋଗୀଙ୍କୁ କରିପାରିବେନି ଆକର୍ଷିତ। ରୋଗୀଙ୍କୁ ଆକୃଷ୍ଟ କରିବାକୁ AIରେ ତିଆରି ପ୍ରମୋସନାଲ୍ କଣ୍ଟେଣ୍ଟ,…

    Continue reading
    ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଦିଲ୍ଲୀରେ ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖ

    ଦିଲ୍ଲୀରେ ସ୍ଥିତି ସ୍ୱାଭାବିକ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖିବାକୁ କହିଛନ୍ତି କୋର୍ଟ । ଆଇନଶୃଙ୍ଖଳା କିମ୍ବା ଟ୍ରାଫିକ୍‌ ସମସ୍ୟା ନଥିଲେ ରାସ୍ତାରେ ଲାଗିଥିବା ବ୍ୟାରିକେଡ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ