ରାଜ୍ୟର ୭୭.୧୦ ପ୍ରତିଶତ ଲୋକଙ୍କ ଘରେ ପିଇବା ପାଣି

ଭୁବନେଶ୍ୱର: : ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ୟ୍ୟରେ ବିଳମ୍ବକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଠିକା କାମ ନେଇଥିବା ବିଭିନ୍ନ କମ୍ପାନିଙ୍କ କାର୍ୟ୍ୟଶୈଳୀ ଚିନ୍ତା ବଢ଼ାଉଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଗୃହରେ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମନ୍ତ୍ରୀ କହିଛନ୍ତି , କେବଳ ଓଡ଼ିଶା ନୁହେଁ, ଝାଡ଼ଖଣ୍ଡ ଭଳି ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । କାମରେ ଅବହେଳା କରୁଥିବା ଦେଶର ପ୍ରାୟ ୬୫୩ଟି ଏଜେନ୍ସି ବିରୋଧରେ କେନ୍ଦ୍ର ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି । ରାଜ୍ୟରେ ମଧ୍ୟ ସମସ୍ତ ଏଜେନ୍ସିକୁ କାମ ସାରିବା ପାଇଁ ନିର୍ଦ୍ଦିଷ୍ଟ ‘ଡେଡ୍ ଲାଇନ’ ବା ସମୟସୀମା ଦିଆଯାଇଛି । ବିଧାୟକମାନଙ୍କ ଆବେଗକୁ ସମ୍ମାନ ଜଣାଇ ବିଭାଗ କାମ କରୁଛି । ଯେଉଁ ପ୍ରକଳ୍ପଗୁଡ଼ିକର କାମ ଆଗେଇ ପାରୁନାହିଁ, ସେଠାକୁ ସ୍ୱୟଂ ମନ୍ତ୍ରୀ, ନିର୍ଦ୍ଦେଶକ ଓ ମୁଖ୍ୟ ଯନ୍ତ୍ରୀ ଗସ୍ତ କରି ସ୍ଥିତିର ତର୍ଜମା କରିବେ ।

ଗୃହରେ ତଥ୍ୟ ରଖି ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୭୭.୧୦ ପ୍ରତିଶତ ଲୋକଙ୍କ ଘରେ ପିଇବା ପାଣି ପହଞ୍ଚି ସାରିଛି । ମୋଟ ୮୮.୬୬ ଲକ୍ଷ ପରିବାର ମଧ୍ୟରୁ ୬୮.୩୬ ଲକ୍ଷ ପରିବାର ଏବେ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି । ରାଜ୍ୟର ୧୫,୪୨୦ଟି ଗ୍ରାମରେ ସିଙ୍ଗିଲ ଓ ମଲ୍ଟି ପ୍ରୋଜେକ୍ଟ ଜରିଆରେ ଜଳ ଯୋଗାଣ କରାଯାଉଛି । କେବଳ ଘର ନୁହେଁ, ବିଭିନ୍ନ ଅନୁଷ୍ଠାନକୁ ମଧ୍ୟ ଜଳ ସଂଯୋଗ ଦିଆଯାଉଛି । ଶେଷରେ ପୂର୍ବ ସରକାରଙ୍କୁ କଟାକ୍ଷ କରି ମନ୍ତ୍ରୀ କହିଛନ୍ତି, ବିଗତ ସରକାର କେବଳ ବସୁଥିଲେ, କିନ୍ତୁ ବର୍ତ୍ତମାନର ସରକାର ପ୍ରକଳ୍ପ ଶେଷ କରି ଉଦ୍‌ଘାଟନ କରିବା ଲକ୍ଷ୍ୟରେ ଅଛନ୍ତି । ଯଦି କୌଣସି ସଂସ୍ଥା ଖରାପ କାମ କରନ୍ତି, ତେବେ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ