
ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ଙ୍କ କ୍ୟାବିନେଟ୍ ବିସ୍ତାର ହେବାକୁ ଯାଉଛି। ଏହାପୂର୍ବରୁ କ୍ୟାବିନେଟରେ ସାମିଲ ହେବାକୁ ଥିବା ସେହି ବିଧାୟକମାନଙ୍କୁ ଡାକିବାର ପ୍ରକ୍ରିୟା ଚାଲିଛି।
ମହାରାଷ୍ଟ୍ର ସରକାରରେ ୩୦ରୁ ୩୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି। ମହାରାଷ୍ଟ୍ର କ୍ୟାବିନେଟ୍ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୪୩ଜଣ ସଦସ୍ୟ ରହିବେ। ବିଜେପିରୁ ୨୦ରୁ ୨୨ଟି ମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ଶିବସେନା ସିନ୍ଦେ ଗୋଷ୍ଠୀକୁ ୧୧-୧୨, ଏନ୍ସିପି ଅଜିତ ଗୋଷ୍ଠୀକୁ ୯-୧୦ ମନ୍ତ୍ରୀ ପଦ ମିଳିପାରେ।ଏପର୍ୟ୍ୟନ୍ତ ନୀତୀଶ ରାଣେ, ପଙ୍କଜା ମୁଣ୍ଡେ ଏବଂ ଗିରିଶ ମହାଜନଙ୍କ ପରି ବିଧାୟକଙ୍କୁ ବିଜେପି ପକ୍ଷରୁ ଫୋନ୍ କଲ ଆସିଛି। ଶିବସେନା ଏବଂ ଏନସିପିର ବିଧାୟକମାନଙ୍କୁ ମଧ୍ୟ ମନ୍ତ୍ରୀ ହେବାକୁ ଡକା ଯାଇଛି। କଲ୍ ଆସିଥିବା ବିଧାୟକମାନେ ବର୍ତ୍ତମାନ ନିଶ୍ଚିତ ହୋଇଛନ୍ତି ଯେ ସେମାନେ ଫଡନାବିସ୍ କ୍ୟାବିନେଟର ଅଂଶ ହେବେ। ଏହାରି ଭିତରେ ଅନେକ ନୂଆ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ସେହିପରୁ ପୁରୁଣା ମନ୍ତ୍ରୀଙ୍କ ଛୁଟି ହେବା ନେଇ ଅଶଙ୍କା ରହିଛି।
ଆଜି ଅପରାହ୍ନ ୪ ଟାରେ ଫଡନାବିସ୍ କ୍ୟାବିନେଟର ଶପଥ ଗ୍ରହଣ କରିବାର କାର୍ୟ୍ୟକ୍ରମ ରହିଛି।




