ଲୋକସଭାରେ ଆଜି ଆଗତ ହେବ ଗୋଟିଏ, ଗୋଟିଏ ନିର୍ବାଚନ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ସୋମବାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ବିଲ୍ ଆଗତ ହେବ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନିମ୍ନ ସଦନରେ ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ଆଗତ କରିବେ।
ନିକଟରେ ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନର ବିଚାର ଓ ଅନୁସନ୍ଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଗ୍ରହଣ କରି ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ ପାଇଁ ବାଟ ଖୋଲିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ରାଜନୈତିକ ଦଳ ଓ ବିଶେଷଜ୍ଞଙ୍କ ସମେତ ଅଂଶୀଦାରମାନଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ। ଏହାକୁ ଦୁଇଟି ପର୍ୟ୍ୟାୟରେ କାର୍ୟ୍ୟକାରୀ କରାଯିବ। ପ୍ରଥମ ପର୍ୟ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବାକୁ ଥିବା ବେଳେ ସାଧାରଣ ନିର୍ବାଚନର ୧୦୦ ଦିନ ମଧ୍ୟରେ ପଞ୍ଚାୟତ ଓ ପୌରପାଳିକା ଭଳି ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବ।

  • Related Posts

    ଜନ୍ତର ମନ୍ତରରେ ପ୍ରଦର୍ଶନ ମନା: ଦିଲ୍ଲୀରେ ବିକ୍ଷୋଭ ପାଇଁ ୩ଟି ନୂଆ ସ୍ଥାନ ଚିହ୍ନଟ

    ନୂଆଦିଲ୍ଲୀ:ଦେଶର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସ ୩ଟି ନୂଆ ସ୍ଥାନ ନିର୍ଦ୍ଧାରିତ କରିଛି। ଏଗୁଡ଼ିକ ହେଲା— ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି (CBD) ମୈଦାନ। ଏଥିସହିତ ଜନ୍ତର ମନ୍ତରକୁ ପ୍ରଦର୍ଶନ ସ୍ଥଳ ଭାବେ…

    Continue reading
    ଜନ୍ତର ମନ୍ତର ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍

    ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରିବାକୁ ନେଇ ସିଜେପିର କାର୍ଯ୍ୟକର୍ତ୍ତାମାନେ ସୋମବାର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ପହଞ୍ଚିଛନ୍ତି। ଏହି ମାମଲାରେ ସେମାନେ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦେଇଛନ୍ତି। ସିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ