
ପୁରୀ: ପୁରୀ ଜିଲାର ୭୨ଜଣ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ ସୂଚନା ଦେଇଛନ୍ତି । ସାପ କାମୁଡା ଓ ବଜ୍ରପାତ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ରହିଥିଲା, ଏଥିପାଇଁ ପ୍ରଧାନ ଶିକ୍ଷକଙ୍କୁ ୪୫୦୦ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ପ୍ରଧାନଶିକ୍ଷକ ମାନେ ସଚେତନତା ଶିବିର ନେଇ କୌଣସି ସୂଚନା ଦେଇନଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଏଭଳି କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।




