କଂଗ୍ରେସ ବିଧାୟକ ବାହାରକୁ ଯିବାର କଣ ଆବଶ୍ୟକତା ରହିଛି : ସୋଫିଆ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ରାଜନୀତି ସରଗରମ ହେବାର ଲାଗିଛି। କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କଲେ କଟକ ବିଧାୟିକା ସୋଫିଆ ଫିର୍ଦୋସ। ସେ କହିଛନ୍ତି ଯେ, ବାହାରକୁ ଯିବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି।ଆମେ ନିର୍ବାଚିତ ଲୋକ ପ୍ରତିନିଧି, କଟକ ଭଳି ଶିକ୍ଷିତ ସହରରୁ ଆସୁଛୁ। ମୁଁ ଗଣମାଧ୍ୟମରୁ ଶୁଣିଲି, ମୋତେ କିଛି କୁହାଯାଇନାହିଁ।ଆମେ ବି ନିଜେ ନିଜେ ନିଷ୍ପତ୍ତି ନେଇଛୁ ବୋଲି କହିଲେ ସୋଫିଆ

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଓ ଘୋଡ଼ା ବେପାର ଭୟରେ କଂଗ୍ରେସ ତା’ର ବିଧାୟକମାନଙ୍କୁ ଓଡ଼ିଶା ବାହାରକୁ ସ୍ଥାନାନ୍ତର କରିଛି। ଗୁରୁବାର ପୂର୍ବାହ୍ଣରେ ଭୁବନେଶ୍ବରରେ ନିର୍ବାଚନ ପୂର୍ବରୁ ଉପସ୍ଥିତ ରହିବା ପାଇଁ ହ୍ବିପ ଜାରି କରିଥିଲେ ସୁଦ୍ଧା ଘୋଡ଼ା ବେପାର ଆଶଙ୍କାରେ ଭୟଭୀତ ହୋଇ କଂଗ୍ରେସ ବିଧାୟକଗଣ ଭୁବନେଶ୍ବରରୁ ବେଙ୍ଗାଲୁରୁ ଯାତ୍ରା କରିଛନ୍ତି। ପ୍ରଥମେ କଂଗ୍ରେସ ଶାସିତ ରାଜ୍ୟ ତେଲେଙ୍ଗାନାର ହାଇଦ୍ରାବାଦକୁ ଯିବାକୁ ସ୍ଥିର ହୋଇଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ବିଧାୟକମାନେ ବେଙ୍ଗାଲୁରୁ ଯାଇଛନ୍ତି। କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶ୍ରୀକୁମାର କଂଗ୍ରେସ ବିଧାୟକଙ୍କ ରହଣୀ ବ୍ୟବସ୍ଥା କରିଥିବା ଜଣାପଡିଛି। କର୍ଣ୍ଣାଟକରେ କଂଗ୍ରେସ ସରକାର କ୍ଷମତାସୀନ ଥିବାରୁ ସେଠାରେ ଦଳୀୟ ବିଧାୟକ ସୁରକ୍ଷିତ ରହିବେ ବୋଲି କଂଗ୍ରେସ ଶୀର୍ଷ ନେତୃତ୍ବ ଆଶା କରୁଛନ୍ତି। ବେଙ୍ଗାଲୁରୁ ଯାତ୍ରା କରିଥିବା କଂଗ୍ରେସ ବିଧାୟକ ଏବଂ ନେତାଙ୍କ ମଧ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ୧୧ଜଣ ବିଧାୟକ ଅଛନ୍ତି। ସେମାନେ ହେଲେ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକଗଣ ଅଶୋକ ଦାସ, ସି.ଏସ.ରାଜନ ଏକ୍କା, ମଙ୍ଗୁ ଖିଲ, ପବିତ୍ର ସାଉଁନ୍ତା, ପ୍ରଫୁଲ ପ୍ରଧାନ, ସତ୍ୟଜିତ ଗମାଙ୍ଗେ, କାଡାକା ଆପାଲା ସ୍ବାମୀ, ତାରା ପ୍ରସାଦ ବାହିନୀପତି, ସାଗର ଦାସ ଏବଂ ନୀଳମାଧବ ହିକାକା। ତେବେ ବିମାନ ଟିକଟ ହୋଇଥିଲେ ସୁଦ୍ଧା ଶେଷ ମୁହୁର୍ତ୍ତ ପର୍ୟ୍ୟନ୍ତ ବିମାନ ବନ୍ଦରରେ ବିଧାୟକ ଦାସରଥି ଗମାଙ୍ଗ, ରମେଶ ଜେନା ପହଞ୍ଚି ପାରି ନଥିଲେ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ