ରାଜ୍ୟସଭା ରେସ: ଆଜିଠୁ ବିଜେଡ଼ି ବିଧାୟକଙ୍କ ତାଲିମ

ଭୁବନେଶ୍ୱର: ରାଜ୍ୟସଭା ରେସ ନେଇ ବଢ଼ୁଛି ସସ୍‌ପେନ୍ସ । ରାଜ୍ୟସଭା ଭୋଟକୁ ବେଶ୍ ଗୁରୁତର ସହ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ହ୍ୱିପ୍ ଜାରି କରାଯିବା ପରେ ନବୀନ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରିଛନ୍ତି । ନବୀନ ନିବାସରେ ପ୍ରସନ୍ନ ଆଚାର୍ୟ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅରୁଣ କୁମାର ସାହୁ, ବଦ୍ରି ନାରାୟଣ ପାତ୍ର, ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ନବୀନ ପ୍ରାୟ ୪୫ ମିନିଟ ଧରି ଆଲୋଚନା କରିଥିଲେ । ବୈଠକରେ ନିଷ୍ପତ୍ତି ହେଲା- ଶୁକ୍ରବାର ଓ ଶନିବାର ବିଧାୟକମାନଙ୍କୁ ବିଜେଡିର ବରିଷ୍ଠ ନେତା ଓ କିଛି ସମ୍ବିଧାନ ବିଶେଷଜ୍ଞ ତାଲିମ ଦେବେ । ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ୟ୍ୟନ୍ତ ନବୀନ ନିବାସରେ ବିଧାୟକମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ଭୋଟ ପସନ୍ଦ ଓ ଦ୍ୱିତୀୟ ପସନ୍ଦ ଭୋଟ କେମିତି ଦିଆଯିବ ଓ କିଏ କାହାକୁ ଦେବେ, ସେ ବାବଦରେ ବିସ୍ତୃତ ସୂଚନା ଦିଆଯିବ । ଗୋଟିଏ ବି ଭୋଟ ଯେମିତି ନାକଚ ନ ହେବ, ସେଥିପ୍ରତି ଦଳ ବେଶ୍ ଗୁରୁତ୍ୱ ଦେଉଛି । କେଉଁ ବିଧାୟକ କେଉଁ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦ ଓ କେଉଁ ପ୍ରାର୍ଥୀଙ୍କୁ ଦ୍ୱିତୀୟ ପସନ୍ଦ ଭାବେ ଭୋଟ କରିବେ, ତାହା ଆଜି ସେମାନଙ୍କୁ ଅବଗତ କରାଯିବ ।ସେହିପରି ନବୀନ ପଟ୍ଟନାୟକ ଅଜି ସମସ୍ତ ବିଧାୟକଙ୍କୁ ଚିଠି ଲେଖିଛନ୍ତି । ଦଳୀୟ ହ୍ୱିପ୍ ମାନିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ୧୫ ତାରିଖ ସନ୍ଧ୍ୟାରେ ଦଳୀୟ ବିଧାୟକଙ୍କ ବୈଠକରେ ଯୋଗ ଦେବାକୁ ସୂଚନା ଦେଇଛନ୍ତି ।

ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ମିଶିଥିବାବେଳେ ଏବେ ସଭିଙ୍କ ନଜର ବିଜେଡିର ବସ୍ତା ବିଧାୟକ ତଥା ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀଙ୍କ ଉପରେ । ସୁବାସିନୀଙ୍କ ଭୋଟ କୁଆଡ଼େ ଯିବ, ତାହା ଆଲୋଚନାର ବିଷୟ ହୋଇଛି । ଏଭଳି ସ୍ଥିତିରେ ବିଧାନସଭାରୁ ପ୍ରମିଳା ନିଜ କାରରେ ବସାଇ ସୁବାସିନୀଙ୍କୁ ନବୀନ ନିବାସ ଆଣିଥିଲେ । ସେ ମାତ୍ର ୫ ମିନିଟ ପାଇଁ ନବୀନ ନିବାସ ଭିତରକୁ ଯାଇଥିଲେ ।ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନବୀନ ତାଙ୍କୁ କହିଥିଲେ । ଉତ୍ତରରେ ସୁବାସିନୀ ତାଙ୍କୁ କହିଥିଲେ, ପାର୍ଟିର ଲୋକ, ପାର୍ଟିକୁ ହିଁ ଭୋଟ ଦେବି । ଏହାପରେ ସେ ନବୀନ ନିବାସରୁ ଫେରି ଆସିଥିଲେ । ଗଣମାଧ୍ୟମକୁ ସୁବାସିନୀ କହିଥିଲେ, ମୁଁ ଦଳର ଶୃଙ୍ଖଳିତ କର୍ମୀ । ଦଳ ସହ ସବୁବେଳେ ରହିଛି । ମୋ ନେତା ଯାହା ନିର୍ଦ୍ଦେଶ ଦେବେ, ସେଇ ଅନୁସାରେ କାମ କରିବି । ସୁବାସିନୀଙ୍କ ଏଭଳି ବୟାନ ପରେ ବି ତାଙ୍କ ଭୋଟକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ