ଟଳିବ ତେଳ ସଙ୍କଟ, ମୁମ୍ବାଇରେ ପହଞ୍ଚିଲା ତୈଳ ଟ୍ୟାଙ୍କର

ମୁମ୍ବାଇ: ଲାଇବେରିଆ ପତାକା ଲାଗିଥିବା ଏକ ତୈଳ ଟ୍ୟାଙ୍କର ସାଉଦି ଆରବରୁ ଅଶୋଧିତ ତୈଳ ଧରି ଗତକାଲି ରାତିରେ ମୁମ୍ବାଇ ବନ୍ଦରରେ ପହଞ୍ଚିଛି । ଦିନେ ଦୁଇ ଦିନ ଭିତରେ ଟ୍ୟାଙ୍କରରୁ ତୈଳ ଖାଲି ହେବ । ଗତ ଫେବ୍ରୁଆରୀ ୨୮ ତାରିଖ ପରଠାରୁ ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଭିତରେ ଏହା ତୃତୀୟ ଜାହାଜ ଭାବେ ହୋର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତରେ ପହଞ୍ଚିଛି । ଯୁଦ୍ଧ ଯୋଗୁ ଇରାନ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଥିବାରୁ ସେହି ଜଳମାର୍ଗରେ ପଣ୍ୟବାହୀ ଜାହାଜ କିମ୍ବା ତୈଳ ଟ୍ୟାଙ୍କର ଚଳାଚଳ ବନ୍ଦ ରହିଛି । ତେବେ ଇରାନଠାରୁ ଅନୁମତି ନେବା ପରେ ଅଳ୍ପ କିଛି ଜାହାଜ କିମ୍ବା ଟ୍ୟାଙ୍କର ସେହି ଜଳମାର୍ଗ ଅତିକ୍ରମ କରିଛନ୍ତି ।ସୂଚନା ଅନୁସାରେ ସ୍ମିରନୀ ନାମକ ଏକ ତୈଳ ଟ୍ୟାଙ୍କରରେ ୧୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ରହିଛି । ଗ୍ରୀସ୍ର ଏକ ଜାହାଜ କମ୍ପାନି ଏହି ତୈଳ ଟ୍ୟାଙ୍କର ଚଳାଉଛି । ଏହି ତୈଳ ଭାରତର ଏକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିର ବୋଲି ଜଣାପଡିଛି । ହୋର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ପତାକା ଲାଗିଥିବା ଜାହାଜକୁ ଚଳାଚଳ ଲାଗି ଅନୁମତି ଦେବା ପାଇଁ ଭାରତ ସରକାର ଇରାନ ସରକାରଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି । ସେହିଭଳି ଭାରତକୁ ପଣ୍ୟ ଧରି ଆସୁଥିବା ଅନ୍ୟ ଦେଶର ପତାକା ଲାଗିଥିବା ଜାହାଜକୁ ମଧ୍ୟ ହୋର୍ମୁଜରେ ଅନୁମତି ଦେବାକୁ ଭାରତ ଅନୁରୋଧ ଜଣାଇଛି । ଭାରତର ଅନୁରୋଧକୁ ରକ୍ଷା କରି ଇରାନ ଅନୁମତି ଦେବା ପରେ ଗତକାଲି ଦୁଇଟି ଟ୍ୟାଙ୍କର ଏଲ୍‌ପିଜି ଧରି ଭାରତ ଅଭିମୁଖେ ଆସିଛନ୍ତି । ଗତକାଲି ଉଭୟ ଟ୍ୟାଙ୍କର ହୋର୍ମୁଜ ଜଳମାର୍ଗ ଅତିକ୍ରମ କରିଥିଲେ । ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଉଭୟ ଟ୍ୟାଙ୍କର ଭାରତରେ ପହଞ୍ଚିବେ ।
ଗତ ବୁଧବାର ଦୁଇଟି ଭାରତୀୟ ଟ୍ୟାଙ୍କର ସାଉଦି ଆରବ ଓ ଇରାକରୁ ଅଶୋଧିତ ତୈଳ ଧରି ହୋର୍ମୁଜ ଜଳମାର୍ଗ ଅତିକ୍ରମ କରିବା ପରେ ଭାରତରେ ପହଞ୍ଚିଛନ୍ତି । ଉଭୟ ଟ୍ୟାଙ୍କରରେ ୩୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ରହିଛି । ସେଥିରୁ ଗୋଟିକରେ ଲାଇବେରିଆ ପତାକା ଲାଗିଥିବା ବେଳେ ଅନ୍ୟଟିରେ ଭାରତୀୟ ପତାକା ଲାଗିଥିଲା। ଇରାନ ସ୍ପଷ୍ଟ କରିଦେଇଛି ଯେ ହୋର୍ମୁଜ ପ୍ରଣାଳୀ ଆମେରିକା, ଇସ୍ରାଏଲ କିମ୍ବା ଏହାର ମିତ୍ର ରାଷ୍ଟ୍ରମାନଙ୍କ ପାଇଁ ବନ୍ଦ ରହିବ । ଅନ୍ୟ ଦେଶ ପାଇଁ ଏହାକୁ ବନ୍ଦ କରାଯାଇନାହିଁ । ହୋର୍ମୁଜ ଜଳମାର୍ଗ ବନ୍ଦ ହେବା ଯୋଗୁ ବିଶ୍ୱର ଅନେକ ଦେଶରେ ତୈଳ ଓ ଏଲ୍‌ପିଜି ସଙ୍କଟ ସୃଷ୍ଟି ହୋଇଛି ।

  • Related Posts

    ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା

    ଭୁବନେଶ୍ବର:ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଆଜି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ…

    Continue reading
    ଜନତାଙ୍କ ଉପରେ ନପଡ଼ୁ ଯୁଦ୍ଧର ପ୍ରଭାବ: ପ୍ରଧାନମନ୍ତ୍ରୀ

    ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଦେଶବାସୀଙ୍କୁ ସୁରକ୍ଷା ଦିଅ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନିରନ୍ତର ସହିତ ଦରଦାମ ସ୍ଥିର ରଖ। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବା CCS ବୈଠକରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ