ନିଲମ୍ବନ ପରେ ହୁଇପ କାମ କରେନି:ସନାତନ

ଭୁବନେଶ୍ୱର: ସସପେଣ୍ଡ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ । ବିଜେଡି ସସ୍ପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଲା । କାଲି ପର୍ୟ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି । ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି । ମୁଁ ଯାହାକୁ ଭୋଟ ଦେଇଛି, ଗଣତି ପରେ ଜାଣିବେ । ବିଜେଡିର ହୁଇପ ମୋ ଉପରେ କାହିଁକି ଲାଗିବ ? ନିଲମ୍ବନ ପରେ ହୁଇପ କାମ କରେନି । ଏହା କେଉଁ ଆଇନରେ ଅଛି ? ଯିଏ ରାଜ୍ୟ ସ୍ୱାର୍ଥ ପାଇଁ କାମ କରିବ, ତାକୁ ଭୋଟ ଦେଇଛି ବୋଲି ସନାତନ ମୁହାକୁଡ଼ କହିଛନ୍ତି ।

ଚାଲିଛ ରାଜ୍ୟସଭା ଭୋଟ । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଚାଲିଛି ଭୋଟିଂ । ଜଣଙ୍କ ପରେ ଜଣେ ବିଧାୟକ ଭୋଟ ଦେବା ପାଇଁ ପହଂଚୁଥିବା ଦେଖିବାକୁ ମିଳିଛି । ଏହି ମତଦାନ ପ୍ରକ୍ରିୟା ଅପରାହ୍ନ ୪ ଟା ପର୍ୟ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ମତଦାନ ସରିବା ପରେ ଅପରାହ୍ନ ୫ ଟାରେ ଗଣତି ହେବ । ତେବେ ପ୍ରଥମେ ଭୋଟ ଦେଇଛନ୍ତି ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜଣଙ୍କ ପରେ ଜଣେ ଭୋଟ ଦେବାରେ ବ୍ୟସ୍ତ ।ଏହି ଅବସରରେ ଭୋଟ ଦେଇଥିଲେ ସନାତନ ମହାକୁଡ଼ । ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଭୋଟ୍ ଦେଲେ । ଭୋଟ୍ ଦେବା ପରେ କହିଛନ୍ତି ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ