ଉପାସନାଙ୍କ ଭୋଟକୁ ନେଇ ମତଦାନ କେନ୍ଦ୍ରରେ ବିବାଦ

ଭୁବନେଶ୍ୱର: ଆଜି ସକାଳ ୯ଟାରୁ ଆରମ୍ଭ ହୋଇଛି ରାଜ୍ୟସଭା ନିର୍ବାଚନ ମତଦାନ ପ୍ରକ୍ରିୟା । ପ୍ରଥମେ ଭୋଟ ଦେଲେ ସଂସଦୀୟ ବ୍ୟପାର ମନ୍ତ୍ରୀ ମୁକେଶ ମହାଳିଙ୍ଗ । ଏହା ଅପରାହ୍ନ ୪ଟା ପର୍ୟ୍ୟନ୍ତ ଜାରି ରହିବ । ଏହା ପରେ ପ୍ରକାଶ ପାଇବ ଫଳାଫଳ ।
ତେବେ ବିଜେପିର ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ମତଦାନ କେନ୍ଦ୍ରରେ ବିବାଦ । ନିଜର ବାଲାଟ ପେପରରେ ତ୍ରୁଟି ଥିବା ଜଣାଇବା ପରେ ପୁନର୍ବାର ବାଲାଟ ପେପରରେ ଭୋଟ ଦେବାକୁ ଚାହୁଁଥିବା ବେଳେ ବିବାଦ ସୃଷ୍ଟି ହୋଇଥିଲା । ବିରୋଧୀ ବିଜେଡି ଓ କଂଗ୍ରେସ ଭୋଟରେ ତାଙ୍କୁ ସୁଯୋଗ ନ ଦେବାକୁ ଦାବି କରିଥିବା ବେଳେ କାହିଁକି ପୁନର୍ବାର ଭୋଟ ଦେବେ ନି ବିଜେପି ବଢିଥିଲା ଯୁକ୍ତି । ଶେଷରେ ନିର୍ବାଚନ ଅଧିକାରୀ ତାଙ୍କୁ ପୁନର୍ବାର ଭୋଟ ଦେବାକୁ ସୁଯୋଗ ଦେଇଥିବା ସୂଚନା ।
୪ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି ୫ ଜଣ ପ୍ରାର୍ଥୀ । ସପ୍ତଦଶ ବିଧାନସଭାରେ ୮୪ଜଣ ନୂଆ ବିଧାୟକ ପ୍ରଥମ କରି ନିର୍ବାଚିତ ହୋଇ ଆସିଛନ୍ତି । ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ କରୁଛି ଭାରତୀୟ ଜନତା ପାର୍ଟି । ସେହିପରି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର ଏବଂ ବିଜେଡି- କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା । ବିଜେପି ଦୁଇଟି ଓ ବିଜେଡି ଗୋଟିଏ ଆସନ ନିଜ ଦଖଲକୁ ନେବା ଆପାତତଃ ସ୍ପଷ୍ଟ ହୋଇଥିବା ବେଳେ ଚତୁର୍ଥ ଆସନ ପାଇଁ ଜୋରଦାର ଟକ୍କର ହେଉଛି । ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବନାମ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ଲଢେଇ ହେଉଛି ।

  • Related Posts

    ଆଳୁ ୧୨ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ ଖୁଚୁରା ବ୍ୟବସାୟୀ

    ଭୁବନେଶ୍ୱର: ଖୁଚୁରା ବ୍ୟବସାୟୀ ଆଳୁ ୧୨ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ । ଯଦି ଏହି ନିୟମକୁ ଅଣଦେଖା କରନ୍ତି, ବାନ୍ଧିକି ସିଧା ଜେଲକୁ ପଠାହେବ। ଏମିତି କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହା ସହ ରାଜଧାନୀର…

    Continue reading
    ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ପୁଣି ଭିଡ଼ ଲାଗିଲାଣି

    ଭୁବନେଶ୍ୱର : ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ଯାଞ୍ଚ ଆରମ୍ଭ ହୋଇଛି । ଟୋଲଗେଟ୍ ପାର୍ କଲେ, ମୋଟା ଅଙ୍କର ଇ-ଚାଲଣ କଟୁଛି । ହଜାରେ କି ଦୁଇ ହଜାର ନୁହେଁ, ଏକାବେଳକେ ୧୦ ହଜାର ଟଙ୍କା ଜରିମାନାର ମେସେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ