
ଭୁବନେଶ୍ବର : ପ୍ରକାଶ ପାଇଛି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନରେ ବିଜୟୀ ହୋଇଛନ୍ତି ଦିଲ୍ଲୀପ ରାୟ । ବିଜେଡି, କଂଗ୍ରେସ ଏବଂ ବିଜେଡି ନିଲମ୍ବିତ ବିଧାୟକମାନେ କ୍ରସ ଭୋଟିଂ କରିଥିବା ନେଇ ଅଭିଯୋଗ ହୋଇଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ସେ କହିଛନ୍ତି କି, ମୋ ସହ କେହି ଯୋଗାଯୋଗ କରିନାହାନ୍ତି । ଦଳ ଯେତେବେଳେ ପ୍ରାର୍ଥୀ ବାଛିଲା ମୋ ସହ ଯୋଗାଯୋଗ କରିନଥିଲେ । କିମ୍ବା ମିଟିଂକୁ ମଧ୍ୟ ଡାକିନଥିଲେ । ଏମିତିକି ପ୍ରାର୍ଥୀ ମଧ୍ୟ ମୋ ପାଖକୁ ଆସିନାହାନ୍ତି । ମୋ ସହ କମନ କ୍ୟାଣ୍ଡିଡେଟ୍ ରାଜନୀତି କଥା ହୋଇନାହାନ୍ତି ।
ଦଳ ପକ୍ଷରୁ ମୋତେ କୌଣସି ସୂଚନା ଦିଆଯାଇନାହିଁ । କିଏ ପ୍ରାର୍ଥୀ ହୋଇଛନ୍ତି ତାହା ମଧ୍ୟ ଜଣାଇନାହାନ୍ତି । ମୋ ପାଖକୁ ଦଳ ପକ୍ଷରୁ କୌଣସି କଥା ମଧ୍ୟ ହୋଇନାହିଁ । ମୁଁ ମୋ ବିବେକ ଅନୁସାରେ ଭୋଟ୍ ଦେଇଛି । ମୁଁ ଯାହାକୁ ଯୋଗ୍ୟ ପ୍ରାର୍ଥୀ ଭାବିଲି ତାଙ୍କୁ ଭୋଟ୍ ଦେଇଛି । ଏହାସହ ସବୁଠୁ ଅଭିଜ୍ଞ ନେତା ହେଉଛନ୍ତି ଦିଲ୍ଲୀପ ରାୟ । ସେ ମଧ୍ୟ ମୋ ସହ ଆଲୋଚନା କରିଥିଲେ । ମୁଁ ତାଙ୍କୁ ଭୋଟ୍ ଦେଇଛି । ଏହାସହ ରାଜ୍ୟସଭାରେ କୌଣସି ହ୍ବିପ୍ ଜାରି ହୁଏନାହିଁ । ପାର୍ଟି ମୋ ସହ ଆଲୋଚନା କରିନି ମୁଁ ମୋ ଇଛାରେ ଭୋଟ୍ ଦେଇଛି ।



