ପିତୃତ୍ୱ ଅବକାଶ ପାଇଁ ଆଇନ ଆସୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ପିତୃତ୍ୱ ଅବକାଶକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କେନ୍ଦ୍ର ସରକାରଙ୍କୁ କୋର୍ଟ କହିଛନ୍ତି ଯେ, ପିତୃତ୍ୱ ଅବକାଶକୁ ସାମାଜିକ ସୁରକ୍ଷା ଲାଭ ଭାବେ ମାନ୍ୟତା ଦେବା ପାଇଁ ଆଇନ ଆସିବା ଉଚିତ । ପିଲାଙ୍କ ପାଳନ-ପୋଷଣ କେବଳ ମା’ଙ୍କର ଦାୟିତ୍ୱ ନୁହେଁ । ପିଲାର ବିକାଶ ଲାଗି ମା’ କେନ୍ଦ୍ରୀୟ ଭୂମିକା ନିର୍ବାହ କରିଥାନ୍ତି । କିନ୍ତୁ ପିତାଙ୍କ ଭୂମିକାକୁ ଅଣଦେଖା କରାଯିବା ଅନୁଚିତ୍ । ପ୍ରାଥମିକ ସମୟରେ ଉଭୟଙ୍କ ଉପସ୍ଥିତି ପିଲାର ବିକାଶ ଲାଗି ଜରୁରି । ପିତୃତ୍ୱ ଅବକାଶ ଦ୍ୱାରା ପିତା ପିଲାର ଦେଖାଶୁଣାରେ ସକ୍ରିୟ ଭୂମିକା ନିର୍ବାହ କରିବା ସହ ପରିବାରର ଦାୟିତ୍ୱ ସେୟାର କରିପାରିବେ । ଏହାଦ୍ୱାରା ସମାଜରେ ପାରମ୍ପରିକ ଚିନ୍ତାଧାରା ମଧ୍ୟ ବଦଳିବ । ପରିବାର ଏବଂ କାର୍ୟ୍ୟସ୍ଥଳ ଉଭୟ ସ୍ଥାନରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ମିଳିବ ।

ସୋସିଆଲ୍ ସିକ୍ୟୁରିଟି କୋଡ୍, ୨୦୨୦ ସହ ଜଡି଼ତ ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ୍ ଆର ମହାଦେବନଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ କରିଥିଲେ । ଏହି ସମୟରେ ଖଣ୍ଡପୀଠ ଆହୁରି କହିଥିଲେ ଯେ, ଯେକୌଣସି ବୟସର ଶିଶୁଙ୍କୁ ପୋଷ୍ୟ କଲେ ମହିଳାଙ୍କୁ ୧୨ ସପ୍ତାହର ମାତୃତ୍ୱ ଅବକାଶ ମିଳିବ । କେବଳ ୩ ମାସରୁ କମ୍ ବୟସର ଶିଶୁଙ୍କୁ ପୋଷ୍ୟ କଲେ ଛୁଟି ଦେବା ନିୟମ ଠିକ୍ ନୁହେଁ । ହମସାନନ୍ଦିନି ନନ୍ଦୁରୀ ନାମ୍ନୀ ଜଣେ ମହିଳା ଏଥିନେଇ ଜନସ୍ୱାର୍ଥ ଆବେଦନ ଦାଖଲ କରିଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ, ଶିଶୁଙ୍କ ବୟସ ଆଧାରରେ ମାତୃତ୍ୱ ଅବକାଶ ଦେବା ଭୁଲ୍ । ଏହା ସମ୍ବିଧାନର ଧାରା୧୪(ସମାନତା ଅଧିକାର)ର ଉଲ୍ଲଂଘନ ।

  • Related Posts

    ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

    ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି…

    Continue reading
    ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ବିଶେଷ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’। ବାୟୁସେନା ଦିବସରେ, ଆମେ ଆମର ଆକାଶକୁ ସୁରକ୍ଷା ଦେବାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ