ନୂଆଦିଲ୍ଲୀ,୨୦/୦୩/୨୦୨୬: ଭାରତ ଓ ଚୀନ ମଧ୍ୟରେ ବାଣିଜ୍ୟିକ କାରବାର ପ୍ରାୟ ୬ ବର୍ଷ ପରେ ପୁନର୍ବାର ଆରମ୍ଭ ହେବାକୁ ଯାଉଛି। କରୋନା ମହାମାରୀ ପାଇଁ ୨୦୧୯ ମସିହାରେ ଏହି ମାର୍ଗରେ ବାଣିଜ୍ୟିକ କାରବାର ବନ୍ଦ କରାଯାଇଥିଲା।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ପିଥୋରଗଡ଼ ଜିଲ୍ଲାପାଳ କହିଛନ୍ତି। ଉତ୍ତରାଖଣ୍ଡର ଲିପୁଲେଖ ପାସ୍ ଦେଇ ସାଧାରଣତଃ ଜୁନରୁ ସେପ୍ଟେମ୍ବର ମଧ୍ୟରେ ବାଣିଜ୍ୟ କାରବାର ହୋଇଥାଏ। ବିଦେଶ ବ୍ୟାପାର ମନ୍ତ୍ରାଳୟ ଏଥିପାଇଁ ଏନ୍ଓସି ପ୍ରଦାନ କରିସାରିଛି। ଏହି ପଥ ଦେଇ ଚୀନ ସହ ବାଣିଜ୍ୟ ଆରମ୍ଭ ପାଇଁ ବିଦେଶ ବ୍ୟାପାର ସଚିବ ବିକ୍ରମ ମିସ୍ରି ଉତ୍ତରାଖଣ୍ଡ ମୁଖ୍ୟ ସଚିବ ଆନନ୍ଦ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି।
ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍
ମସ୍କୋ:ରୁଷିଆର ସାଇବେରିଆନ୍ ଅଞ୍ଚଳ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି। ଏହି…








