ବିଚଳିତ ହୁଅନ୍ତୁ ନାହିଁ, ରାଜ୍ୟରେ ମହଜୁଦ ଅଛି ଆବଶ୍ୟକୀୟ ଗ୍ୟାସ୍

ଭୁବନେଶ୍ବର : ବିଚଳିତ ହୁଅନ୍ତୁ ନାହିଁ, ରାଜ୍ୟରେ ମହଜୁଦ ଅଛି ଆବଶ୍ୟକୀୟ ଗ୍ୟାସ୍। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସ୍ପଷ୍ଟୀକରଣ। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ୧୪ ହଜାର ଘରୋଇ ଗ୍ୟାସ୍ ସିଲିଣ୍ଡର ମହଜୁଦ ଅଛି। କଳାବଜାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଛି। ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଗ୍ୟାସ୍ ଦେବାକୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ଆଜିଠାରୁ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଗ୍ୟାସ୍ ଯୋଗାଇ ଦିଆଯିବ।

ମନ୍ତ୍ରୀ ପୁଣି କହିଛନ୍ତି ଯେ, ଗ୍ୟାସ୍ ସଙ୍କଟକୁ ନେଇ ଆଜି ରାଜ୍ୟ ସରକାର ଗୁରୁତ୍ଵପୂର୍ଣ୍ଣ ବୈଠକ କରିବେ। ପୂର୍ବରୁ କମର୍ସିଆଲ ଗ୍ୟାସ୍ ବଣ୍ଟନ ୨୦ ପ୍ରତିଶତ ରହିଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ, ବିଶେଷ କରି ରେଷ୍ଟୁରାଣ୍ଟ ଓ ହୋଟେଲମାନଙ୍କୁ ସହଜରେ ଗ୍ୟାସ୍ ମିଳିବ। ଏହା ସହ ଆଉ ୧୦ ପ୍ରତିଶତ ବଢ଼ାଇବା ପାଇଁ ଆଲୋଚନା ଚାଲିଛି। ସେଥିପାଇଁ କମର୍ସିଆଲ ଗ୍ୟାସ୍ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଛି। ଆଜିଠାରୁ କମର୍ସିଆଲ ସଂସ୍ଥାମାନଙ୍କୁ ୪୦ ପ୍ରତିଶତ ଗ୍ୟାସ୍ ଯୋଗାଣ ଆରମ୍ଭ ହେବ। କେନ୍ଦ୍ର ପକ୍ଷରୁ ଆଉ ୧୦ ପ୍ରତିଶତ ପାଇଁ କିଛି ସର୍ତ୍ତ ରହିଛି, ଯାହାକୁ ପୂରଣ କରିବାରେ ରାଜ୍ୟ ସରକାର କାମ କରୁଛନ୍ତି। ସାଧାରଣ ଗ୍ରାହକଙ୍କ ପାଇଁ ଗ୍ୟାସ୍ ବଣ୍ଟନରେ କୌଣସି ବିଘ୍ନ ନାହିଁ। ଯଦି କୌଣସି ଅଭିଯୋଗ ଆସେ, ବିଭାଗ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଉଛି।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ