
ଭୁବନେଶ୍ବର: ଓଡି଼ଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ । କାର୍ୟ୍ୟକାଳ ଶେଷ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର । ରଘୁବରଙ୍କ ଇସ୍ତଫାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ରଘୁବର ଇସ୍ତଫା ଦେବା ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର । ଏହା ଉପରେ କହିବା ଠିକ ହେବନାହିଁ । କିନ୍ତୁ ଜଣେ ସାଧାରଣ ଲୋକ ଭାବେ ଗୁଡ଼ାଏ ପ୍ରଶ୍ନ ମନ ଭିତରେ ଆସୁଛି । ଦେଢ଼ ବର୍ଷ ଭିତରେ ରାଜ୍ୟପାଳଙ୍କୁ କାହିଁକି ବିଦା କଲେ ବା ସେ କାହିଁକି ଇସ୍ତଫା ଦେଲେ ? ରାଜ୍ୟପାଳଙ୍କୁ ବଦଳେଇ ପାରିଥାନ୍ତେ । ଏହା ଭିତରେ ନିଶ୍ଚୟ କିଛି ରହସ୍ୟ ରହିଛି ।”ସେ ଆହୁରି ମଧ୍ୟ କହିଛନ୍ତି, “ଆପ୍ରାଣେ ଉଦ୍ୟମ କରି ବିଜେପି ଝାଡ଼ଖଣ୍ଡରେ ହାରିଲା । ଝାଡ଼ଖଣ୍ଡରେ ବିଜେପି ସଂଗଠନ ସୁଦୃଢ କରିବା ପାଇଁ ତାଙ୍କୁ ନେଲେ କି ? ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କାର୍ୟ୍ୟାନୁଷ୍ଠାନ ନହେବା ଦୁଃଖଦାୟକ । ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାର ଥିଲା ।”




