ଏହି ଉପାୟରେ ବାସନ କରନ୍ତୁ ଚକଚକ

ସାଧାରଣତଃ ମହିଳା ମାନଙ୍କର ମୁଣ୍ଡ ବିନ୍ଧାର କାରଣ ସାଜିଥାଏ ବାସନରୁ ଦାଗ କିପରି ଛଡ଼ାଇବେ । ଆଉ ଯଦି ନିଜର ନୂଆ ନନଷ୍ଟିକ ବାସନ ରେ ଲାଗିଯାଏ ଦାଗ ତେବେ ନିଦ ହଜିଯାଏ । ନନଷ୍ଟିକ ବାସନକୁ ଯଦି ଆପଣ ଭୁଲ ଉପାୟରେ ସଫା କଲେ ଏହାର କୋଟିିଂ ହଟିଯାଇଥାଏ ଏବଂ ଏହା ଖରାପ ହୋଇଯାଇଥାଏ। ଏହି ବାସନରେ ତେଲ କମ୍‌ ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ ବାସନରେ ଚିକ୍କଣ କମ୍‌ ରହିଥାଏ। ଏହାସତ୍ତ୍ୱେ ମଧ୍ୟ ଏହିସବୁ ବାସନକୁ ସଫା କରିବା ସମୟରେ ବିଶେଷ ଧ୍ୟାନ ରଖିବା ଉଚିତ। ନଚେତ ବାସନର କାଷ୍ଟିଂ ଖରାପ ହୋଇଯାଏ। ଆଉ ରୋଷେଇ ସମୟରେ ଏହା ଅଧିକ ତେଲ ଦରକାର କରିଥାଏ। ତେବେ ଏହିସବୁ ବାସନକୁ କେମିତି ସଫା କରିବେ, ତାହା ଜାଣନ୍ତୁ..

ଡିସ ଓ୍ଵାଶିଂ ଲିକ୍ୱିଡ : ଯଦି ବାସନରେ ଅଳ୍ପ ଚିକ୍କଣ ରହିଛି, ତେବେ ଆପଣ ନର୍ମାଲ ଡିସ ଓ୍ଵାଶ ବ୍ୟବହାର କରି ସଫା କରିପାରିବେ। ଏଥିପାଇଁ ଏକ ସ୍ପଞ୍ଜ ନେଇ ସେଥିରେ ଲିକ୍ୱିଡ ଲଗାଇ ଫେଣ କରି ସଫା କରିପାରିବେ।

ବ୍ଲିଚିଂ ପାଉଡର : ବ୍ଲିଚିଂ ପାଉଡରର ବ୍ୟବହାର ସାଧାରଣ ଘର କିମ୍ବା ବାହାର ସଫା ପାଇଁ କରାଯାଏ। କିନ୍ତୁ ଏହାକୁ କେବେ ନନଷ୍ଟିକ୍‌ ବାସନ ସଫା କରିବା ପାଇଁ ହୁଏତ ଆପଣ ବ୍ୟବହାର କରିନଥିବେ। ନନଷ୍ଟିକ ବାସନ ସଫା କରିବା ପାଇଁ ଆପଣ ଗରମ ପାଣିରେ ବ୍ଲିଚିଂ ପାଉଡର ମିଶାଇ ସଫା କରିପାରିବେ।

ବେକିଂ ସୋଡା : ନନ ଷ୍ଟିକ ପ୍ୟାନ କିମ୍ବା କଢେଇକୁ ସଫା କରିବା ପାଇଁ ବେକିଂ ସୋଢାକୁ ବ୍ୟବହା କରିପାରିବେ। ସିରକା ଏବଂ ଲୁଣ ମିଶାଇ ଏହାର ବ୍ୟବହାର କରିପାରିବେ। ଏହି ପେଷ୍ଟକୁ ସ୍କ୍ରବ ଜରିଆରେ ରଗଡିବା ପରେ ପାଣିରେ ଧୋଇଦିଅନ୍ତୁ।

ଆଲୁମିନିୟମ ଫଏଲ ପେପର : ନନ୍‌ ଷ୍ଟିକ ବାସନକୁ ସଫା କରିବା ପାଇଁ ଆପଣ ଆଲୁମିନିୟମ ଫଏଲର ବ୍ୟବହାର କରିପାରିବେ। ଏଥିପାଇଁ ଫଏଲ ପେପରୁ ବଲ୍‌ ଭଳି କରି ସେଥିରେ ପାଉଡର କିମ୍ବା ସାବୁନ, ଲିକ୍ୱିଡ ଲଗାଇ ବାସନରେ ରଗଡି ଦିଅନ୍ତୁ। ଏହା ସବୁ ଦାଗ ସଫ କରିଦେବ।

ଭିନେଗାର : ନନଷ୍ଟିକ ପ୍ୟାନକୁ ଗ୍ୟାସ ଉପରେ ରଖି ସେଥିରେ ଅଧା କପ୍ ଭିନେଗାର ଏବଂ ଅଧା କପ୍ ପାଣି ମିଶ୍ରଣ କରନ୍ତୁ। ଏବେ ଏଥିରେ ଡିଟରଜେଣ୍ଟ ପାଉଡର ପକାଇ ପାଣିରେ ଭଲଭାବେ ଫୁଟାଇ ଦିଅନ୍ତୁ। ଏହାଦ୍ୱାରା ସମସ୍ତ ଚିକ୍କଣ ହଟିଯାଇଥାଏ। ଏବେ ଏହାକୁ ଗ୍ୟାସରୁ ବାହାର କରି ଧୋଇ ଦିଅନ୍ତୁ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ