ବ୍ରହ୍ମବରଦା ଥାନାରୁ ଫେରାର ଚୋର ଗିରଫ

ବ୍ରହ୍ମବରଦା: ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ବ୍ରହ୍ମବରଦା ଥାନାରୁ ଫେରାର ଚୋରଗିରଫ। ତାକୁ ତାର ଗାଁ ନିକଟ କାଜୁବଣରୁ ଧରିବାରେ ସଫଳ ହୋଇଛି ପୁଲିସ୍। ଅଭିଯୁକ୍ତ ଫେରାର ମାମଲାରେ ଆରକ୍ଷୀ ଅଧୀକ୍ଷକ ୟଶପ୍ରତାପ ଶ୍ରୀମଲ କାର୍ୟ୍ୟାନୁଷ୍ଠାନ ନେଇଥିଲେ। ଅଭିଯୁକ୍ତ ଫେରାର ମାମଲାରେ ଏସ୍‌ପି ଶ୍ରୀମଲ ଜଣେ ଏଏସ୍‌ଆଇ ସମେତ ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ।
ସୂଚନାଯୋଗ୍ୟ, କୁଣ୍ଡପାଟଣା ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ଉତ୍ତର ପ୍ରତାପ ପଂଚାୟତ ଚାନ୍ଦ ମୋହିନୀ ଗାଁର ଅଶୋକ ବେହେରାଙ୍କ ପୁଅ ଆଶିଷ ବେହେରା (୨୪)ଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। କିନ୍ତୁ ରାତିରେ ସେ ଥାନାରେ କାର୍ୟ୍ୟରତ କର୍ମଚାରୀମାନେ ଶୋଇପଡ଼ିଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୋଜନା ପ୍ରସ୍ତୁତ କରିଥିଲା। ସେ ଥାନାରୁ ଚାବି ନେଇ ଗେଟ୍‌ ଖୋଲି ଥାନାର ଟାବଲେଟ ଓ ଗୋଟିଏ ମୋବାଇଲ ଧରି ଫେରାର ହୋଇଯାଇଥିବା ବେଳେ ବ୍ରହ୍ମବରଦା ଢିଅସାହି ଗ୍ରାମର ରାଜେନ୍ଦ୍ର ରାଉତଙ୍କ ହୋଣ୍ଡା ବାଇକ୍‌ ଚୋରି କରି ପଳାଇଥିଲା।

  • Related Posts

    ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ

    ଭୁବନେଶ୍ୱର : ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି। ଷ୍ଟେସନରେ ଛାଡି ଦେବାକୁ କହି ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତମାଣ୍ଡୋ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ୨…

    Continue reading
    ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବରିଷ୍ଠ ବିଜେଡିନେତା ହରିଶ୍ଚନ୍ଦ୍ର ପଣ୍ଡା(ଟିତୁ)ଙ୍କ ପତ୍ନୀ ପୂଜା ପଣ୍ଡା(୩୫)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ରାତିରେ ନୂଆପଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ରାତି ପ୍ରାୟ ସାଢେ଼ ୮ଟାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ