୨୩୪ରୁ ଏକାକୀ ୧୬୪ ଆସନରେ ଲଢ଼ିବ ଡିଏମକେ, ସହଯୋଗୀମାନଙ୍କୁ ମିଳିଲା ୭୦ ସିଟ୍‌

ନୂଆଦିଲ୍ଲୀ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର ଡିଏମକେ ନେତୃତ୍ୱାଧୀନ ମେଣ୍ଟର ସିଟ୍‌ ଶେୟାରିଂ ଫର୍ମୁଲାକୁ ସାର୍ବଜନୀନ କରିଛନ୍ତି। ଏଥିସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଡିଏମକେର ପ୍ରାର୍ଥୀ ତାଲିକା ମଧ୍ୟ ସେ ଜାରି କରିଛନ୍ତି।ତାଙ୍କ ଘୋଷଣା ଅନୁଯାୟୀ, ତାମିଲନାଡୁର ୨୩୪ଟି ବିଧାନସଭା ଆସନରୁ ଡିଏମକେ ଏକାକୀ ୧୬୪ଟି ଆସନରେ ଲଢ଼ିବ। ସହଯୋଗୀ ଦଳଗୁଡ଼ିକ ପାଇଁ ଡିଏମକେ ମାତ୍ର ୭୦ଟି ଆସନ ଛାଡ଼ିଛି। ମେଣ୍ଟରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ତିକ୍ତତା ଲାଗି ରହିଥିବା ଖବରକୁ ଷ୍ଟାଲିନ ଆଜି ଖଣ୍ଡନ କରିଛନ୍ତି। ଧୈର୍ୟ୍ୟର ସହ ଆଲୋଚନା ପାଇଁ ସମୟ ଆବଶ୍ୟକ ବୋଲି ସେ କହିଛନ୍ତି। ବୁଝାମଣା ଅନୁସାରେ, ଡିଏମକେ ୧୬୪ ଆସନରେ ଲଢ଼ିବାକୁ ଯାଉଥିବା ବେଳେ କଂଗ୍ରେସ ୨୮ଟି ଆସନରେ ପ୍ରାର୍ଥୀ ଦେବ। ସେହିପରି ମେଣ୍ଟରେ ଥିବା ଡିଏମଡିକେ ୧୦ଟି, ଭିସିକେ ୮ଟି, ସିପିଆଇ ୫ଟି, ସିପିଆଇଏମ ୫ଟି ଓ ଏମଡିଏମକେ ଭାଗରେ ପଡ଼ିଛି ୪ଟି ଆସନ।ଜାରି ହୋଇଥିବା ସିଟ ଶେୟାରିଂ ଚୁକ୍ତି ଓ ପ୍ରାର୍ଥୀ ତାଲିକା ଅନୁସାରେ, ଷ୍ଟାଲିନ ପୁଣିଥରେ କୋଲାଥୁର ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ଉପ ମୁଖ୍ୟମନ୍ତ୍ରୀ ତଥା ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କୁ ମଧ୍ୟ ଦଳ ଚେପକ-ତିରୁଭାଲ୍ଲିକେନି ଆସନରୁ ପୁଣି ପ୍ରାର୍ଥୀ କରିଛି। କଂଗ୍ରେସ କୋଟାକୁ ଭେଲାଚେରୀ ଓ ଇରୋଡେ ଇଶ୍ଟ ଭଳି ଆସନ ଫେରିଛି। ଓଟୀରେ ଏଥର ସିଧାସଳଖ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଡିଏମକେ ୧୬୪ ଜଣ ପ୍ରାର୍ଥୀଙ୍କ ନାଁ ଜାରି କରିଥିବା ବେଳେ ଏଥିରେ ଉଭୟ ଅଭିଜ୍ଞ ଓ ଯୁବ ଚେହେରା ରହିଛନ୍ତି। ଦଳ ପକ୍ଷରୁ ପ୍ରାୟ ୬୦ ଜଣ ପ୍ରଥମଥର ନିର୍ବାଚନ ମୈଦାନକୁ ଓହ୍ଲାଇବେ। ତାଲିକାରେ ୨୯ ଜଣ ଆଇନଜବୀ, ୧୭ ଜଣ ଇଞ୍ଜିନିୟର, ୧୫ ଜଣ ଡାକ୍ତର ଓ ୭ ଜଣ ପିଏଚଡି ଡିଗ୍ରୀ ଧାରୀ ରହିଛନ୍ତି। ତେବେ ଦଳ କେବଳ ୧୮ ଜଣ ମହିଳାଙ୍କୁ ବିଭିନ୍ନ ଆସନ ପାଇଁ ଟିକେଟ ଦେବା ସମସ୍ତଙ୍କୁ ଚକିତ କରିଛି। ଷ୍ଟାଲିନ ଆଜି ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆସନ୍ତାକାଲି ଡିଏମକେର ନିର୍ବାଚନୀ ଇସ୍ତାହାର ଜାରି କରିବେ।ଆସନ୍ତା ଏପ୍ରିଲ ୨୩ରେ ତାମିଲନାଡୁର ସମସ୍ତ ୨୪୩ ବିଧାନସଭା ଆସନ ପାଇଁ ଭୋଟିଂ ହେବ। ସେହିପରି ମେ’ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

  • Related Posts

    ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ:ବିଜୟ ମହାପାତ୍ର

    ଭୁବନେଶ୍ଵର : ବିଜୁ ବାବୁଙ୍କୁ ନେଇ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ବରିଷ୍ଠ ବିଜୟ ମହାପାତ୍ର। କହିଲେ, ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ। ଜଣେ ଦାୟିତ୍ଵ ସମ୍ପନ୍ନ ସାଂସଦଙ୍କ ବିଜୁ ବାବୁଙ୍କ ପ୍ରତି ଏଭଳି…

    Continue reading
    ‘ଓଡ଼ିଶାର ଭୂମିପୁତ୍ର ଓ ଜାତୀୟ ନେତାଙ୍କ ପ୍ରତି ଏକ ନିର୍ଲଜ ଆଘାତ’

    ଭୁବନେଶ୍ବର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ବାବୁଙ୍କ ବାବଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି । ନିଶିକାନ୍ତଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ