ବିନା ହେଲମେଟ୍‌ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୋଟରସାଇକେଲ ଚାଳନା; ବହିଷ୍କାର ଦାବି କଲା ବିଜେଡି

ଭୁବନେଶ୍ବର: ରାମ ନବମୀ ଶୋଭାଯାତ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିନା ହେଲମେଟରେ ମଟର ସାଇକେଲ ଚଳାଉଥିବା ଦେଖିବାକୁ ମିଳିଥିଲା । ଏନେଇ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ମୁକେଶ ମହାଲିଙ୍ଗଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରିଛି ବିଜେଡି ।
ରାମ ନବମୀରେ ହେଉଥିବା ଶୋଭାଯାତ୍ରାରେ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ବିନା ହେଲମେଟ୍‌ରେ ମଟର ସାଇକେଲ ଚଳାଉଥିବା ଦେଖିବାକୁ ମିଳିଥିଲା । ମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ରାଜ୍ୟର ସାଧାରଣ ଜନତା ନାପସନ୍ଦ କରିଛନ୍ତି । ବିନା ହେଲମେଟରେ ମନ୍ତ୍ରୀ ମଟର ସାଇକେଲ ଚଲାଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।ବିଜୁ ଜନତା ଦଳ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, “ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲଗାତର ଭାବେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ରହସ୍ୟମୟ ନିରବତା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିସବୁ ଦୃଷ୍ଟିରୁ ନିକଟରେ ବିଧାନସଭାରେ ବିରୋଧୀ ଦଳର ବିଧାୟକ କଳା ଟି-ସାର୍ଟ ପରିଧାନ କରିଥିଲେ, ଯେଉଁଥିରେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଓ ଶକ୍ତିଶାଳୀ ସ୍ୱାସ୍ଥ୍ୟମନ୍ତ୍ରୀ ବୋଲି ଲେଖାଥିଲା । ଲଗାତର ଭାବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଇନ ଉଲଂଘନ କାର୍ଯ୍ୟ ବିଧାୟକଙ୍କ ଦ୍ୱାରା ଲେଖାଯାଇଥିବା ଉକ୍ତି ଯଥାର୍ଥ ଥିଲା ବୋଲି ପ୍ରମାଣିତ କରୁଛି ।”
ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବେଳେ, ସେ ଅନୁସୂଚିତ ଜାତି ବର୍ଗର ନୁହନ୍ତି ଓ ଜାଲ ପ୍ରମାଣ ପତ୍ର ଦେଇ ଏହା ହାସଲ କରିଛନ୍ତି ବୋଲି ଅଭିଯୋଗ ରହିଛି । ଏଇ ଭଳି ଗୁରୁତର ଅଭିଯୋଗ ଥିବା ଜଣେ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଭଳି ଗୋଟିଏ ଗୁରୁତ୍ୱପୂର୍ଣ ବିଭାଗର ଦାୟିତ୍ୱ ଦେବା ଓ ତାଙ୍କର ଅପାରଗତା ଓ ବିଶୃଙ୍ଖଳିତ ଆଚରଣ ଉଚ୍ଚାରଣରେ ନିରବ ରହିବା, ରାଜ୍ୟ ବିଜେପି ସରକାରଙ୍କ ନୀତି ଓ ଆଦର୍ଶ ଉପରେ ସଙ୍ଗୀନ ପ୍ରଶ୍ନ ଛିଡା କରିଛି । ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ନେଇ ରାଜ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ଯୋଗୁ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ବିଜେଡି ଦାବି କରିଛି ।
ଡ଼ ଲେନିନ ମହାନ୍ତି କହିଛନ୍ତି, “ଅସ୍ମିତା, ନିତି ଓ ନୈତିକତାର ପାଠ ପଢ଼ାଉଥିବା ବିଜେପି ବାସ୍ତବରେ ପ୍ରତିଦିନ ଏହାର ହତ୍ୟା କରି ଚାଲିଛି । SCBରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କ ଦୁଃଖଦ ମୃତ୍ୟୁ ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳମାନେ ଦାବି କରି ଆସୁଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ପୂର୍ବରୁ ସ୍ୱାସ୍ଥ୍ୟ ସହିତ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱରେ ଥିବା ମୁକେଶ ମହାଲିଙ୍ଗ ବିଧାନସଭାରେ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । କିନ୍ତୁ ମନ୍ତ୍ରୀଙ୍କ ଏହି ବିଶୃଙ୍ଖଳିତ ଆଚରଣ ପାଇଁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ।”
ଏସସିବିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରେ ଗୋଟିଏ ରୋଗୀ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ବରଣ କରୁଥିଲେ, ସେତେବେଳେ ମନ୍ତ୍ରୀ ପାରାଦ୍ବୀପରେ ମଉଜ ମଜଲିସରେ ବ୍ୟସ୍ତ ଥିଲେ । ତା’ପର ଦିନ ମନ୍ତ୍ରୀ ଜଣେ ବିଧାୟକଙ୍କୁ ତମେ ଟଙ୍କା ନେଇଛ ଭୋଟ ଦେବାକୁ ବାଧ୍ୟ ବୋଲି କହୁଥିବା ଦେଖିବାକୁ ମିଳିଥିଲା । ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ କୌଣସି ଭଦ୍ର ସମାଜ ପାଇଁ ଗ୍ରହଣୀୟ ହୋଇ ନଥିବାବେଳେ ରାଜ୍ୟ ବିଜେପି ସରକାରଙ୍କୁ ଏହା କୌଣସି ଫରକ ପଡୁନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଜ ଆଚରଣ ଓ ଉଚ୍ଚାରଣରେ ସୁଧାର ଆଣିବାରେ କୌଣସି ପ୍ରଚେଷ୍ଟା କରୁ ନାହାନ୍ତି । ଆଇନ ଉଲ୍ଲଂଘନ ଯେପରି ତାଙ୍କର ଜନ୍ମଗତ ଅଧିକାର । ସେହିପରି ଆଚରଣ କରୁଛନ୍ତି ବୋଲି ଲେନିନ ଅଭିଯୋଗ ଆଣିଛନ୍ତି ।

  • Related Posts

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ,…

    Continue reading
    ପୋଲିସ ଆଇନର ରକ୍ଷକ ନୁହେଁ, ସତ୍ତାର ସୁରକ୍ଷା କର୍ମୀ:କଂଗ୍ରେସ

    ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସର ନିର୍ଯାତନା ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ