‘କରୋନା ପରି ସଙ୍କଟରୁ ମୁକୁଳିଛୁ ଏଥିରୁ ବି ବାହାରିବୁ’

ନୂଆଦିଲ୍ଲୀ; ୧୩୨ତମ ମାସିକ ରେଡିଓ କାର୍ୟ୍ୟକ୍ରମ ମନ୍ କି ବାତରେ ସମ୍ବେଧାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଏକଜୁଟ୍ ହେବାକୁ ଅପିଲ୍ କରିଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଲୋକଙ୍କୁ ଏକଜୁଟ୍ ହୋଇ ରହି ସଙ୍କଟରୁ ବାହାରକୁ ବାହାରିବାକୁ ପଡ଼ିବ । ଏଭଳି ପ୍ରସଙ୍ଗରେ ରାଜନୀତି ନ କରି ମିଶିକି କାମ କରିବାକୁ ହେବ । କୌଣସି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । କେବଳ ସରକାରୀ ତଥ୍ୟ ଉପରେ ବିଶ୍ବାସ କରନ୍ତୁ । ଭୀଷଣ ଯୁଦ୍ଧ ଯୋଗୁଁ ବର୍ତ୍ତମାନର ସମୟ ଅତ୍ୟନ୍ତ ଚ୍ୟାଲେଞ୍ଜ ଏଥିରେ କୌଣସି ସନ୍ଦେହ ନାହିଁ । ମୁଁ ନିଶ୍ଚିତ ଯେ ଆମେ ସବୁବେଳେ ଦେଶର ୧୪୦ କୋଟି ନାଗରିକଙ୍କ ସାମୂହିକ ଶକ୍ତି ମାଧ୍ୟମରେ ଅତୀତର ସଙ୍କଟକୁ ଦୂର କରିଆସିଛୁ, ଏଥର ମଧ୍ୟ ଆମେ ଏହି କଠିନ ପରିସ୍ଥିତିକୁ ବଡ଼ ସଫଳତାର ସହିତ ଦୂର କରିବୁ। କରୋନା ସମୟରେ ସଙ୍କଟରୁ ବାହିଥିଲୁ ଏଥିରୁ ବି ମୁକୁଳିବୁ ବୋଲି ମନ୍ କି ବାତରେ ସମ୍ବୋଧନ କହିଛନ୍ତି ପ୍ରଧାନମନ୍ତ୍ରୀ ।

​​​​​​​’ମାର୍ଚ୍ଚ ମାସ ଅତ୍ୟନ୍ତ ଅଶାନ୍ତ’- ପଶ୍ଚିମ ଏସିଆ ଯୁଦ୍ଧ ସଙ୍କଟକୁ ନେଇ ମନ୍‌ କି ବାତରେ ପ୍ରଧାନମନ୍ତ୍ରୀ କହିଛନ୍ତି,”ଯେଉଁମାନେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି ସେମାନେ ଏହା କରିବା ଉଚିତ୍ ନୁହେଁ । ଏହା ୧୪୦ କୋଟି ନାଗରିକଙ୍କ ସ୍ୱାର୍ଥ ସହିତ ଜଡିତ ଏକ ପ୍ରସଙ୍ଗ । ଏଥିରେ ସ୍ୱାର୍ଥପର ରାଜନୀତିର କୌଣସି ସ୍ଥାନ ନାହିଁ। ଯେଉଁମାନେ ଗୁଜବ ପ୍ରଚାର କରୁଛନ୍ତି ସେମାନେ ଦେଶକୁ ବହୁତ କ୍ଷତି ପହଞ୍ଚାଉଛନ୍ତି । ମୁଁ ସମସ୍ତ ଦେଶବାସୀଙ୍କୁ ସଚେତନ ରହିବା ଏବଂ ଗୁଜବ ଦ୍ୱାରା ଭ୍ରମିତ ନ ହେବାକୁ ନିବେଦନ କରୁଛି । ସରକାର ନିରନ୍ତର ସୂଚନା ପ୍ରଦାନ କରୁଛନ୍ତି । ଏଥିରେ ବିଶ୍ୱାସ କରନ୍ତୁ ଏବଂ କେବଳ ଏହା ଉପରେ ଆଧାରିତ ପଦକ୍ଷେପ ନିଅନ୍ତୁ । ଭାରତ ଏହାର ବିଶ୍ୱ ସମ୍ପର୍କ, ବିଭିନ୍ନ ଦେଶରୁ ସହାୟତା ଏବଂ ଗତ ଦଶନ୍ଧି ମଧ୍ୟରେ ଦେଶ ଯେଉଁ କ୍ଷମତା ସୃଷ୍ଟି କରିଛି ସେଥିପାଇଁ ଏହି ଚ୍ୟାଲେଞ୍ଜଗୁଡ଼ିକର ଦୃଢ଼ ମୁକାବିଲା କରୁଛି । ଏହା ନିସନ୍ଦେହ ଯେ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ସ୍ଥିତି । ଆଜି, ‘ମନ କି ବାତ’ ମାଧ୍ୟମରେ, ମୁଁ ପୁଣି ଥରେ ଦେଶବାସୀଙ୍କୁ ଏକତ୍ରିତ ହୋଇ ଏହି ଚ୍ୟାଲେଞ୍ଜର ସାମ୍ନା କରିବାକୁ ଅନୁରୋଧ କରୁଛି ।”

  • Related Posts

    ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ: ଟ୍ରମ୍ପ

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି ଯେ ସେ ଇରାନ ସହିତ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ । ଯଦିଓ ହର୍ମୁଜ୍ ପ୍ରଣାଳୀ ବନ୍ଦ…

    Continue reading
    ୮୩,୮୬୭ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ବ୍ଲକ୍‌

    ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅପରାଧ ଶାଖା ପକ୍ଷରୁ ୮୩,୮୬୭ ହ୍ବାଟସ୍‌ଆପ ଆକାଉଣ୍ଟ ଏବଂ ୩୯୬୨ ସ୍କାଇପ୍‌ ଆଇଡିକୁ ବ୍ଲକ୍‌ କରାଯାଇଛି। ଡିଜିଟାଲ ଆରେଷ୍ଟ ଜରିଆରେ ସାଇବର ଅପରାଧୀମାନେ ଦୈନନ୍ଦିନ ସଂଖ୍ୟାଧିକ ଲୋକଙ୍କୁ କୋଟି କୋଟି ଟଙ୍କା ଲୁଟୁଥିବାରୁ ମନ୍ତ୍ରଣାଳୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ