ନିଶିକାନ୍ତ ଦୁବେଙ୍କୁ ମନସ୍ତତ୍ୱବିତ୍ତଙ୍କୁ ଦେଖାଇବା କଥା: ନବୀନ

ଭୁବନେଶ୍ଵର : ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼। ବେଙ୍କ ମନ୍ତବ୍ୟକୁ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ନିନ୍ଦା ପରେ ଏବେ ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ,”ନିଶିକାନ୍ତ ଦୁବେ ବିଜୁ ବାବୁଙ୍କୁ ନେଇ ଯାହା କହିଲେ ତାହା ଶୁଣି ମୁଁ ଆଶ୍ଚର୍ୟ୍ୟ ହେଲି। ସେ ଜାଣି ନାହାନ୍ତି ଯେ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ନିଜ କାର୍ୟ୍ୟାଳୟକୁ ବିଜୁ ବାବୁଙ୍କୁ ଡକାଇଥିଲେ। ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ। ମୁଁ ସେ ସମୟରେ ୧୩ ବର୍ଷ ବୟସର ଥିଲି। ଦୁବେଙ୍କୁ ମନସ୍ତତ୍ୱବିତ୍ତଙ୍କୁ ଦେଖାଇବା କଥା।”

ସୂଚନାନୁଯାୟୀ, ଝାଡ଼ଖଣ୍ଡରୁ ଲୋକସଭାକୁ ପ୍ରତିନିଧିତ୍ୱ କରୁଥିବା ବିଜେପିର ନିଶିକାନ୍ତ ଦୁବେ ଶୁକ୍ରବାର ୧୯୬୨ ଚୀନ୍‌ ଯୁଦ୍ଧ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ଆମେରିକା ସରକାରଙ୍କ ଟଙ୍କା ଓ ସିଆଇଏ ସହାୟତାରେ ଚୀନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିଲେ । ଆମେରିକା ଓ ସିଆଇଏ ସହିତ ନେହରୁଙ୍କ ଲିଙ୍କ୍‌ ଥିଲେ ତତ୍‌କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଆମେରିକା ରାଷ୍ଟ୍ରଦୂତଙ୍କ ପାଖକୁ ନେହରୁ ଲେଖିଥିବା ଦୁଇଟି ଚିଠିର ଅବତାରଣା କରି ଦୁବେ କହିଛନ୍ତି ନେହରୁ ବିଜୁ ବାବୁଙ୍କୁ ସେତେବେଳେ ଆମେରିକା ପଠାଇଥିଲେ । ସେ ଆମେରିକା ସରକାର ଓ ସିଆଇଏ ସହିତ ପ୍ରତିରକ୍ଷା ସମ୍ପର୍କିତ କଥାବାର୍ତ୍ତା କରୁଥିଲେ । ଚୌଦ୍ୱାରର ଚାରବାଟିଆ ଏୟାରବେସ୍‌କୁ ଆମେରିକା ସରକାର ୧୯୬୩ରୁ ୧୯୭୯ ପର୍ୟ୍ୟନ୍ତ ବ୍ୟବହାର କରୁଥିଲା । ଯୁଦ୍ଧରେ ଭାରତର ପରାଜୟ ପାଇଁ ନେହରୁ ଓ ବିଜୁବାବୁ ଦାୟୀ ବୋଲି ଦୁବେ କହିଥିଲେ ।

  • Related Posts

    ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ:ବିଜୟ ମହାପାତ୍ର

    ଭୁବନେଶ୍ଵର : ବିଜୁ ବାବୁଙ୍କୁ ନେଇ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ବରିଷ୍ଠ ବିଜୟ ମହାପାତ୍ର। କହିଲେ, ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ। ଜଣେ ଦାୟିତ୍ଵ ସମ୍ପନ୍ନ ସାଂସଦଙ୍କ ବିଜୁ ବାବୁଙ୍କ ପ୍ରତି ଏଭଳି…

    Continue reading
    ‘ଓଡ଼ିଶାର ଭୂମିପୁତ୍ର ଓ ଜାତୀୟ ନେତାଙ୍କ ପ୍ରତି ଏକ ନିର୍ଲଜ ଆଘାତ’

    ଭୁବନେଶ୍ବର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ବାବୁଙ୍କ ବାବଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି । ନିଶିକାନ୍ତଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ