ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ

ଭୁବନେଶ୍ୱର:ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା ଉପାଖ୍ୟାନକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଅରୁଣ ତାଙ୍କ ଭାଷଣ ସମୟରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଘୋଡ଼ାମାନଙ୍କ ଲାଗି ବଜେଟରେ କେତେ ଅର୍ଥ ବରାଦ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ, ଏହି ବଜେଟରେ ଗୋଟେ କଥା ଲୁକ୍କାୟିତ ରଖାଯାଇଛି ଘୋଡ଼ାର ଦାମ୍‌ କେତେ। ଏହା ସହ ସେ ୧୧ ପ୍ରକାର ଘୋଡ଼ାର ନାଁ ମଧ୍ୟ କହିଥିଲେ। ତାଙ୍କ ଭାଷାରେ ରାଜ୍ୟରେ ରହିଥିବା ବିଭିନ୍ନ ପ୍ରକାର ଘୋଡ଼ା ଯେପରି ଆରବ ଘୋଡ଼ା, ତଟୁ ଘୋଡ଼ା, ଚଲାକିଆ ଘୋଡ଼ା, ଗେଡ଼ା ଘୋଡ଼ା, ଗେଧ ଘୋଡ଼ା, ପ୍ରଭୁଭକ୍ତ ବେଇମାନ ଘୋଡ଼ା, ନାଳୁଆ ଘୋଡ଼ା, ବେଙ୍ଗେଇ ଘୋଡ଼ା, ସୁକୁମାରିଆ ଘୋଡ଼ା ଏବଂ ଅଲିମ୍ପିକ୍‌ ଘୋଡ଼ା ଅଛନ୍ତି। ଏମାନଙ୍କ ଦାମ୍‌ କେତେ ଲେଖା ରହିଛି ସେକଥା ସ୍ପଷ୍ଟହେବା ଦରକାର।
ଅରୁଣ ଆହୁରି କହିଛନ୍ତି, ଗଣତନ୍ତ୍ର ବର୍ତ୍ତମାନ ଜଣତନ୍ତ୍ରରେ ପରିଣତ ହୋଇଛି। ଏବେ ଡରେଇ ଶାସନ କରିବାର ଚେଷ୍ଟା ଆରମ୍ଭ କରାଯାଉଛି। ଗଣତନ୍ତ୍ରର ବିଲକ୍ଷଣ ହେଉଛି ବର୍ତ୍ତମାନ ସରକାରୀ ଦଳ ବିରୋଧୀ ଦଳକୁ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ଆମେ ଏବେ ଆମେରିକା ପାଖରେ ଆଣ୍ଠେଇଛେ ଏହା ହେଉଛି ଆମର ସ୍ବାଧୀନତା। ଆମେରିକା କହିବ ତେଲ ଏବେ ତୁମେ ରୁଷିଆରୁ କିଣିପାରିବ ନାହିଁ, ତୁମେ କହିବ ହଁ ସାର୍‌ ସେମିତି ହେବ। ସିଏ କହିବ ମାସେ ପାଇଁ ରୁଷିଆରୁ ତେଲ କିଣ, ତୁମେ କହିବ ହଁ ସାର୍‌। ସେଇ ଅବସ୍ଥା ଦେଇ ଭାରତ ଯାଉଛି। ଆମେ ଯୁଦ୍ଧରେ ଭାଗନେବା ନାହିଁ ଠିକ୍‌ ଅଛି, କିନ୍ତୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପଦୁଟିଏ କହିପାରିବା ନାହିଁ। ଶାନ୍ତି ପ୍ରତିଷ୍ଠାର ବାର୍ତ୍ତା ଦେବାକୁ କ’ଣ ବିଶ୍ୱଗୁରୁଙ୍କ ପାଖରେ ଶକ୍ତି ନାହିଁ। ଦେଶର ୧୦ କୋଟି ଲୋକଙ୍କ ନାଁ ଏସ୍‌ଆଇଆର୍‌ ଜରିଆରେ କଟାଯିବ। ମାତ୍ରେ ସେମାନେ ଭାରତରେ ଜମି କିଣିବେ, ପାଠ ପଢ଼ିବେ, ସ୍ବାସ୍ଥ୍ୟକ୍ଷେତ୍ରର ସୁବିଧା ପାଇବେ, ସବୁ ଲାଭ ନେଇ ଭୋଟ ଭାରତରେ ଦେବେ ନାହିଁ। ସେ ଭାରତୀୟ ନା ଭାରତୀୟ ନୁହେଁ ତା’ର ଉତ୍ତର ଦେଲେ ଜଣାପଡ଼ିବ ମୁଖ୍ୟମନ୍ତ୍ରୀ ସବଳ ନା ଦୁର୍ବଳ। ଶାସକ ଦଳ ଆଣ୍ଠେଇ ପଡ଼ିଛନ୍ତି ପ୍ରମାଣ କରିବାକୁ ସେମାନେ ଦୁର୍ବଳ ନୁହନ୍ତି। ବିନା ବିରୋଧୀ ଦଳରେ ଖର୍ଚ୍ଚଦାବି ଆଲୋଚନା କରାଗଲା, ସେତେବେଳେ କେବଳ ବିରୋଧୀଙ୍କୁ ସମାଲୋଚନା କରିବାରେ ସବୁ ସମୟ ଯାଇଛି। ୨ ବର୍ଷରେ ୩ଟି ବଜେଟ ରାଜ୍ୟ ସରକାର ଆଣି ସାରିଲେଣି। ମାତ୍ର କୋଉ ବଜେଟ ୫୦ ପ୍ରତିଶତରୁ ଅଧିକ କରାଯାଇପାରି ନାହିଁ। କେତେ ଟଙ୍କା ଖର୍ଚ୍ଚକରି ୟୁଟିଲାଇଜେଶନ ସାର୍ଟିଫିକେଟ ଆଣିଛ ତା’ର ଉତ୍ତର ରଖ। ଏହି ୩ଟି ବଜେଟ ଭିତରେ ୫୦ ହଜାର କୋଟି ଟଙ୍କାର ଋଣ ସରକାର କରିସାରିଲେଣି। ୨୦୨୯ ସୁଦ୍ଧା ତେବେ ୩ ଲକ୍ଷ କୋଟି ଟଙ୍କାର ଋଣ କରିସାରିଥିବେ। ୨୦୩୬ରେ ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା କଥା କହୁଛନ୍ତି। ହେଲେ ସେତିକି ଦିନରେ ଏହିଭଳି ଯଦି ଯିବେ ତା’ହେଲେ ୫ ଲକ୍ଷ କୋଟି ଟଙ୍କା ଋଣ କରିସାରିଥିବେ। ଓ଼ଡିଶାରୁ ୨୦ ଜଣ ଏମ୍‌ପି ଭାଜପାରୁ ଜିତିକି ଯାଇଛନ୍ତି ସେଠାରେ ମୁହଁ ତୁଣ୍ଡି ବାନ୍ଧି ବସିଛନ୍ତି ବୋଲି ଅରୁଣ କହିଛନ୍ତି।

  • Related Posts

    ଦିଲ୍ଲୀରୁ ଫେରିଲେ ମନମୋହନ, ବିମାନବନ୍ଦରରେ ବିପୁଳ ସ୍ବାଗତ

    ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ ପରେ ଓଡ଼ିଶା ଫେରିଛନ୍ତି ମନମୋହନ ସାମଲ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଶହ ଶହ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଏକାଠି ହୋଇଛନ୍ତି। ପାରମ୍ପରିକ ଢୋଲ, ବାଜା ବଜାଇ…

    Continue reading
    ବିଜେଡିରୁ ନିଲମ୍ବିତ ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ

    ଭୁବନେଶ୍ବର : ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ। ସେହିପରି ମୁକ୍ତିକାନ୍ତଙ୍କ ପତ୍ନୀ ତଥା ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଦଳର ସୁପ୍ରିମୋ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ