ଆଜିଠୁ ନୂଆ ଆୟକର ଆଇନ ଲାଗୁ

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ କ୍ଷେତ୍ରରେ ବିଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଥିରେ ଆର୍ôଥକ ବର୍ଷ ଏବଂ ଆସେସ୍ମେଣ୍ଟ ବର୍ଷ ପରିବର୍ତ୍ତେ ଟିକସ ବର୍ଷ ଭଳି ନୂଆ ସଂସ୍କାର କାର୍ଯ୍ୟକାରୀ ହେଉଛି । ଆୟକର ଫାଇଲିଂକୁ ସରଳୀକରଣ କରିବା ଏବଂ ଟିକସଦାତାଙ୍କ ବୁଝିବା ଭଳି ଶବ୍ଦ ଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି । ଏହାବାଦ ଆୟକର ରିଟର୍ଣ୍ଣ ଫାଇଲ କରିବା ସମୟ ସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।
ବେତନଭୋଗୀ କର୍ମଚାରୀଙ୍କ ଲାଗି ଏହି ଅବଧି ଜୁଲାଇ ୩୧ ଅପରିବର୍ତ୍ତିତ ରହିଛି । ଅଡିଟ୍ ଆବଶ୍ୟକତା ନ ଥିବା କ୍ଷେତ୍ରରେ ସ୍ୱରୋଜଗାର ଟିକସଦାତା ପ୍ରଫେଶନାଲଙ୍କ ପାଇଁ ଏହା ଅଗଷ୍ଟ ୩୧ ରହିଛି । ଫ୍ୟୁଚର ଏବଂ ଅପ୍ସନ କ୍ଷେତ୍ରରେ ପ୍ରତିଭୂତି ବିନିମୟ ଟିକସ (ଏସ୍ଏସ୍ଟି) ବୃଦ୍ଧି ହୋଇଥିବାରୁ ଡେରିଭେଟିଭ ଟ୍ରେଡିଂ ମହଙ୍ଗା ହେବ । ସେହିଭଳି ଘରଭଡା ଭତ୍ତା (ଏଚ୍ଆର୍ଏ) ନିୟମକୁ କଡାକଡି କରାଯାଇଛି । ଏଥିଲାଗି ଘର ମାଲିକଙ୍କ ସମ୍ପର୍କରେ ତଥ୍ୟ, ପାନ୍ ତଥ୍ୟ ପ୍ରଦାନ କରିବାକୁ ହେବ । ଉଚ୍ଚ ଏଚ୍ଆର୍ଏ ଛାଡ କ୍ଷେତ୍ରରେ ସହର ଗୁଡ଼ିକର ଯୋଗ୍ୟତା ନିୟମକୁ ମଧ୍ୟ ବ୍ୟାପକ କରାଯାଇଛି ।
ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁନେ ଏବଂ ଅହମ୍ମଦାବାଦ ଭଳି ସହର ଗୁଡ଼ିକ ବର୍ତ୍ତମାନ ଏଥିରେ ଯୋଡ଼ି ହୋଇଛନ୍ତି । ସେହିଭଳି କର୍ମଚାରୀଙ୍କ ସମ୍ପର୍କିତ ଟିକସ ସୁବିଧାକୁ ମଧ୍ୟ ସମ୍ପ୍ରସାରଣ କରାଯାଇଛି । ମିଲ୍ ବେନିଫିଟ୍ କୋହଳ ଏବଂ ଟିକସମୁକ୍ତ ଉପହାର ସୀମା ବଢ଼ିଛି । ଷ୍ଟକ୍ ବାଏବ୍ୟାକ ଉପରେ ଏବେ ଟିକସ ଲାଗିବ । ବିଭିନ୍ନ ଉତ୍ସରୁ ଆୟ ଉପରେ ଟିଡିଏସ୍ କ୍ଷେତ୍ରରେ ଏକକ ଡିକ୍ଲାରେସନ କରିବେ ଟିକସଦାତା । ଏନ୍ଆର୍ଆଇଙ୍କଠାରୁ ସମ୍ପତ୍ତି କ୍ରୟ ଉପରେ ପାନ୍ ଜରିଆରେ ଟିଡିଏସ୍ ଡିଡକ୍ସନ କରିପାରିବେ । ବିଦେଶ ଗସ୍ତ ଉପରେ ଟିସିଏସ୍ ୨% ଥିବାରୁ ବିଦେଶୀ ଖର୍ଚ୍ଚ କ୍ଷେତ୍ରରେ ଆଶ୍ୱସ୍ତି ମିଳିବ ।

ଶିକ୍ଷା ଓ ଡାକ୍ତରୀ ଖର୍ଚ୍ଚ ଲାଗି ଦିଦେଶକୁ ଅର୍ଥ ପଠାଇଲେ ଟିସିଏସ୍ ମଧ୍ୟ କମ୍ ରହିବ । ପରିବର୍ତ୍ତିତ ରିଟର୍ଣ୍ଣ ସୀମା ମାର୍ଚ୍ଚ ୩୧କୁ ବୃଦ୍ଧି କରାଯାଇଛି । ମାତ୍ର ଡିସେମ୍ବର ପରେ ଆବେଦନ କଲେ ଅତିରିକ୍ତ ଦେୟ ଲାଗିବ । ଆସେସମେଣ୍ଟ ବର୍ଷ ୨୦୨୬-୨୭ ଲାଗି ଆୟକର ରିଟର୍ଣ୍ଣ ଫର୍ମ ୧ ଓ ୭ ଜାରି ହୋଇଛି । ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ଏହାକୁ ଫାଇଲ କରିବେ ଟିକସଦାତା । ନୂଆ ଆଇଟିଆର୍-୧ (ସହଜ) ଦ୍ୱାରା ରିଟର୍ଣ୍ଣ ଫାଇଲ ଆହୁରି ସରଳ ହେବ ବୋଲି କହିଛନ୍ତି ବିଶେଷଜ୍ଞ ।

  • Related Posts

    ୟୁପିଆଇରେ ଲାଗିବନି ଶୁଳ୍କ !

    ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଉପରେ ଲାଗୁ ହେବାକୁ ଥିବା ୦.୦୪ ପ୍ରତିଶତ ଶୁଳ୍କ ଆଉ ଲାଗିବନି । ଆସନ୍ତା ବର୍ଷ ଜାନୁଆରୀ ୧ ରୁ ଏହି ନୂଆ ନିୟମ କାର୍ୟ୍ୟକାରୀ କରିବାକୁ ସରକାର…

    Continue reading
    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ