ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2 ପ୍ରଥମ ଥର ନଭେମ୍ୱର ୨୦୨୪ରେ ଦକ୍ଷିଣ ଆଫ୍ରିକାରେ ଡିଟେକ୍ଟ କରାଯାଇ ଥିଲା। ମାର୍ଚ୍ଚ ୨୦୨୬ ସୁଦ୍ଧା ଏହା ଆମେରିକାର ୨୫ଟି ରାଜ୍ୟରେ ସାମ୍ପଲ୍ସରେ ମିଳିଛି। ଏହା ସହ ୟୁରୋପ (ଯେପରି- ଜର୍ମାନୀ , ଡେନମାର୍କ , ନେଦରଲ୍ୟାଣ୍ଡ୍ସ)ରେ ୩୦ ପ୍ରତିଶତ ଯାଏ ପହଞ୍ଚି ସାରିଛି। WHO ଏହାକୁ ଭାରିଆଣ୍ଟ ଅଣ୍ଡର ମନିଟରିଂ (VUM)ରେ ରଖିଛି। ଆସନ୍ତୁ କୋଭିଡ଼ର ଏହି ନୂଆ ସବଭାରିଆଣ୍ଟ ବିଷୟରେ ବିସ୍ତୃତରେ ଜାଣିବା –

କଣ ଏହି BA.3.2 ସିକାଡା ଭାରିଆଣ୍ଟ ?

ଏହି ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରେ ଡିସେମ୍ୱର ୨୦୨୪ର ଶେଷରେ ପ୍ରଥମ ଥର ଚିହ୍ନଟ ହୋଇଥିଲା ଏବଂ ୨୦୨୫ରେ ଏହା ଅଧିକ ବ୍ୟାପିଛି।
ଏବେ ଏହାକୁ ୨୦ରୁ ଅଧିକ ଦେଶରେ ଦେଖାଯାଇ ସାରିଛି।
ଏହା ଓମିକ୍ରନ ଭାରିଆଣ୍ଟର ବଂଶଜ , ଯାହା ଡିସେମ୍ୱର ୨୦୨୧ରେ ସାମ୍ନାକୁ ଆସିଥିଲା।
ଏଥିରେ ସ୍ପାଇକ୍ ପ୍ରୋଟିନରେ ପାଖାପାଖି ୭୦-୭୫ ମ୍ୟୁଟେସନ ଥିବା କୁହାଯାଇଛି।
ବିଶେଷଜ୍ଞଙ୍କ ଅନୁସାରେ , ଏହି ଭାରିଆଣ୍ଟରୁ ଏବେ କୌଣସି ଅଧିକ ବିପଦ ନାହିଁ। ଏହା ୨୦୨୫-୨୦୨୬ର ଥଣ୍ଡାରେ ବ୍ୟାପି ଥିବା ଅନ୍ୟ ଭାରିଆଣ୍ଟର ତୁଳନାରେ ଅଧିକ ଗମ୍ଭୀର ରୋଗ ସୃଷ୍ଟି କରୁ ନାହିଁ।
ହେଲେ , ଅନେକ ମ୍ୟୁଟେସନର କାରଣରୁ ବର୍ତ୍ତମାନର କୋଭିଡ ଭାକ୍ସିନ ଏହା ଉପରେ ପ୍ରଭାବହୀନ ହୋଇପାରେ।

ସିକାଡା ଭାରିଆଣ୍ଟର ଲକ୍ଷଣ –

ଏହି ଭାରିଆଣ୍ଟର ଲକ୍ଷଣ ପୂର୍ବର ଓମିକ୍ରନ ଷ୍ଟ୍ରେନ୍ ସହ ମେଳ ସମାନ ହେଉଛି। ଏବେସୁଦ୍ଧା କୌଣସି ନୂଆ କି ଅସାଧାରଣ ଲକ୍ଷଣ ଦେଖିବାକୁ ମିଳି ନାହିଁ। ମୁଖ୍ୟ ଲକ୍ଷଣ ଏହି ପ୍ରକାରର –

ଗଳାରେ ଯନ୍ତ୍ରଣା ଅନୁଭବ ହେବା
ଶୁଖିଲା କାଶ
କ୍ଲାନ ଲାଗିବା ସହ ଶରୀରରେ ଯନ୍ତ୍ରଣା
ଜ୍ୱର ଓୋ ଥଣ୍ଡା ଲାଗିବା
ମୁଣ୍ଡବ୍ୟଥା

  • Related Posts

    ୟୁପିଆଇରେ ଲାଗିବନି ଶୁଳ୍କ !

    ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଉପରେ ଲାଗୁ ହେବାକୁ ଥିବା ୦.୦୪ ପ୍ରତିଶତ ଶୁଳ୍କ ଆଉ ଲାଗିବନି । ଆସନ୍ତା ବର୍ଷ ଜାନୁଆରୀ ୧ ରୁ ଏହି ନୂଆ ନିୟମ କାର୍ୟ୍ୟକାରୀ କରିବାକୁ ସରକାର…

    Continue reading
    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ