କୋମାରେ ମୋଜତାବା, ସେନା ହାତରେ ଇରାନ ଶାସନ

ତେହରାନ: ଇସ୍ରାଏଲ୍ ଓ ଆମେରିକା ବିରୋଧରେ ଯୁଦ୍ଧ ଚଳାଇଥିବା ଇରାନର ରାଜନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଦେଶରେ ଏବେ ନେତୃତ୍ବର ଅଭାବ ଦେଖାଯାଇଛି। ଯୁଦ୍ଧରେ ପ୍ରଥମ ଦିନରେ ଇରାନ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ହରାଇବା ପରେ ପରବର୍ତ୍ତୀ ସମୟରେ ଅନ୍ୟ ବରିଷ୍ଠ ନେତାଙ୍କୁ ହରାଇ ଚାଲିଛି। ଆୟାତୋଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ଖାମେନେଇଙ୍କୁ ସର୍ବୋଚ୍ଚ ନେତା ମନୋନୟନ କରାଯାଇଥିଲା। ମାତ୍ର ମୋଜତାବା ଖାମେନେଇ ଯୁଦ୍ଧରେ ଆହତ ହୋଇ ଏ​‌ବେ କୋମାରେ ରହିଛନ୍ତି। ସେ ସର୍ବସାଧାରଣରେ ଦେଖାଯାଉ ନାହାନ୍ତି। ଏପରିସ୍ଥିତିରେ ରାଷ୍ଟ୍ରପତି ମାସୁଦ ପେଜେସ୍‌କିଆନ ଦେଶର ଶାସନ ଦାୟିତ୍ବ ନିର୍ବାହ କରିବାର ନିୟମ ରହିଛି। ମାତ୍ର ଇରାନର ସେନା ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆରଜିସି) ରାଷ୍ଟ୍ରପତି ପେଜେସ୍‌କିଆନଙ୍କୁ ଉପେକ୍ଷା କରି ଦେଶର ଶାସନ କାର୍ୟ୍ୟକୁ ନିଜ ନିୟନ୍ତ୍ରଣକୁ ନେଇଛି। କଠୋରପନ୍ଥୀ ଭାବେ ପରିଚିତ ଆଇଆରଜିସି ଏବେ ଇରାନର ସାମରିକ ବାହିନୀ ସହିତ ଦେଶର ନୀତି ନିର୍ଦ୍ଧାରକ ସାଜିଛି। ଏପରି କ୍ଷେତ୍ରରେ ଶାନ୍ତି କଥାବାର୍ତ୍ତା ପାଇଁଇରାନ ପକ୍ଷରୁ ପ୍ରତିନିଧିତ୍ବ କରିବାକୁ କେହି ଉପଲବ୍ଧ ହୋଇପାରୁ ନାହାନ୍ତି। ଗୋଟିଏ ପଟେ ଆମେରିକା କହୁଛି ଯେ ଇରାନ ସହିତ ଶାନ୍ତି କଥାବାର୍ତ୍ତା ସକାରାତ୍ମକ ଦିଗରେ ଆଗେଇ ଚାଲିଛି। ମାତ୍ର ଇରାନ ଏହି କଥାବାର୍ତ୍ତାକୁ ଅସ୍ବୀକାର କରି ଚାଲିଛି।

ନିକଟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ କହିଥିଲେ ଯେ ମୋଜତାବା ଖାମେନେଇ କୋମା ଅବସ୍ଥାରେ ଅଛନ୍ତି। ଏପରି କି ତାଙ୍କ ଶରୀରର କିଛି ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହୋଇଯାଇଛି। ଆଇଆରଜିସି ବରିଷ୍ଠ ଅଧିକାରୀମାନେ ଏବେ ମୋଜତାବାଙ୍କୁ ସୁରକ୍ଷା ବଳୟ ମଧ୍ୟରେ ରଖିଛନ୍ତି। ତାଙ୍କ ପାଖକୁ ସରକାରୀ ଅଧିକାରୀଙ୍କ ଆଗମନକୁ ମଧ୍ୟ ସୀମିତ କରାଯାଇଛି। ଏପରି କି ରାଷ୍ଟ୍ରପତି ପେଜେସ୍‌କିଆନ ଅନେକ ଥର ମୋଜତାବାଙ୍କୁ ସାକ୍ଷାତ କରିବାକୁ ଯାଇଥିବାବେଳେ ଆଇଆରଜିସିର ଅଧିକାରୀମାନେ ତାଙ୍କୁ ଏଥିପାଇଁ ଅନୁମତି ଦେଉନାହାନ୍ତି। ହୋସେ ଦେହଘାନଙ୍କୁ ଗୁଇନ୍ଦା ବିଭାଗ ମନ୍ତ୍ରୀ ଭାବେ ନିଯୁକ୍ତି ଦେବାକୁ ରାଷ୍ଟ୍ରପତି ପେଜେସ୍‌କିଆନ ଉଦ୍ୟମ କରିଥିବାବେଳେ ଆଇଆରଜିସିର ମୁଖ୍ୟ କମାଣ୍ଡର ଏହାକୁ ଅନୁମୋଦନ କରିବାକୁ ମନା କରିଛନ୍ତି।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ