ପଞ୍ଚଭୂତରେ ବିଲୀନ ହେଲେ ମନମୋହନ

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଅର୍ଥଶାସ୍ତ୍ରୀ, ଭାରତୀୟ ଅର୍ଥନୀତିର ଅନ୍ୟତମ ବିନ୍ଧାଣୀ ଡ. ମନମୋହନ ସିଂହଙ୍କ ପାର୍ôଥବ ଶରୀର। ନୂଆଦିଲ୍ଲୀର ନିଗମବୋଧ ଘାଟରେ ଏକ ଶୋକାକୂଳ ପରିବେଶରେ ଶନିବାର ମଧ୍ୟାହ୍ନରେ ଶେଷକୃତ୍ୟ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଦେଶର ତିନି ସେନାବାହିନୀ ସ୍ଥଳସେନା, ବାୟୁସେନା ଏବଂ ନୌସେନା ପକ୍ଷରୁ ପାର୍ôଥବ ଶରୀରକୁ ସଲାମୀ ଦିଆଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖର୍ଗେ ପ୍ରମୁଖଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ପାର୍ôଥବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଭୁଟାନ ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପ୍ରମୁଖ ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ଶେଷରେ ଚିତାରେ ମୁଖାଗ୍ନୀ ଦିଆଯାଇଥିଲା। ମନମୋହନ୍‌ଙ୍କୁ ତାଙ୍କ ଝିଅ ହିଁ ମୁଖାଗ୍ନି ଦେଇଥିଲେ। ଶିଖ୍ ଧର୍ମ ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ମନମୋହନ ସିଂହଙ୍କ ଶେଷ ରୀତିନୀତି କରାଯାଇଛି।
ଧାର୍ଯ୍ୟ ସମୟାନୁସାରେ ମନମୋହନ୍‌ଙ୍କ ଶେଷ ଯାତ୍ରା ତାଙ୍କ ବାସଭବନରୁ ଆରମ୍ଭ ହୋଇଥିଲା। ମନମୋହନଙ୍କ ପାର୍ଥିବ ଶରୀରକୁ ସସମ୍ମାନେ ତାଙ୍କ ବାସଭବନରୁ ଏକ ସୁସଜ୍ଜିତ ଗାଡ଼ିରେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ପ୍ରାୟ ଏକ ଘଣ୍ଟା ଧରି କଂଗ୍ରେସ କର୍ମୀଙ୍କ ସହ ସାଧାରଣ ଜନତା ଏଠାରେ ଶେଷ ଦର୍ଶନ କରିବା ପୂର୍ବକ ଶେଷ ସମ୍ମାନ ଜଣାଇଥିଲେ। ପରେ ପାର୍ଥିବ ଶରୀରକୁ ବିରାଟ ପଟୁଆରରେ ନିଗମବୋଧ ଘାଟକୁ ନିଆଯାଇଥିଲା। ସେନା ପକ୍ଷରୁ ସମ୍ମାନପୂର୍ବକ ସମସ୍ତ ପ୍ରସ୍ତୁତି କରାଯାଇଥିଲା।ମନମୋହନଙ୍କ ଅନ୍ତିିମ ଯାତ୍ରାରେ ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସମେତ ଶହଶହ କଂଗ୍ରେସ ନେତା ଏବଂ ହଜାର ହଜାର ସଂଖ୍ୟକ ଦଳୀୟ କର୍ମୀ ସାମିଲ ହୋଇଥିଲେ। ସେହିପରି ନିଗମବୋଧ ଘାଟରେ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହେବା ସମୟରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ବିଜେପି ତଥା ଅନ୍ୟ ଦଳର ବଡ଼ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବାହ୍ନ ୧୧ଟା ୪୫ ମିନିଟ୍ ସମୟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ହଜାର ହଜାର କଂଗ୍ରେସ କର୍ମୀ, ଜନସାଧାରଣ, ମନମୋହନ୍‌ଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ।
ଅନ୍ୟପକ୍ଷେ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗଙ୍ଗା ଆଳତି କରାଯାଇଛି। ବାରାଣସୀ ଦଶାଶ୍ୱମେଧ ଘାଟରେ ଦୈନିକ ଗଙ୍ଗା ଆଳତି ପୂର୍ବରୁ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ହଜାର ହଜାର ଲୋକେ ଦଶାଶ୍ୱମେଧ ଘାଟରେ ଏକାଠି ହୋଇ ଦିବଂଗତ ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଗଙ୍ଗା ସେବା ନିଧି ତରଫରୁ ୧ ହଜାର ୧ ଦୀପ ଦାନ କରାଯାଇଛି। ପ୍ରକାଶ, ଗୁରୁବାର ରାତି ୯.୫୦ ସମୟରେ ୯୨ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା। ତେବେ ତାଙ୍କ ୩ ଝିଅଙ୍କ ମଧ୍ୟରୁ ଆମେରିକାରେ ରହୁଥିବା ଝିଅ ହଠାତ୍ ସ୍ୱଦେଶ ଆସିନପାରିବାରୁ ଶୁକ୍ରବାର ପରିବର୍ତ୍ତେ ଶନିବାର ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଶେଷକୃତ୍ୟ ସମୟରେ ମନମୋହନ୍‌ଙ୍କ ପତ୍ନୀ ଗୁରଶରନ କୌର, ୩ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ।
ଏସବୁ ମଧ୍ୟରେ କଂଗ୍ରେସ ପକ୍ଷରୁ କରାଯାଇଥିବା ଦାବିକୁ କେନ୍ଦ୍ର ସରକାର ମାନିନେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ସରକାର ଜାଗା ଯୋଗାଇ ଦେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ଠାରୁ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ପତ୍ର ମିଳିଥିଲା। କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଗୃହମନ୍ତ୍ରୀ ଅମିତ ଶାହ, ଶ୍ରୀ ଖର୍ଗେ ଏବଂ ଡକ୍ଟର ମନମୋହନ ସିଂହଙ୍କ ପରିବାରକୁ ସ୍ମାରକୀ ପାଇଁ ସରକାର ଜାଗା ପ୍ରଦାନ କରିବେ ବୋଲି ଜଣାଇଛନ୍ତି। ସୂଚନାଯୋଗ୍ୟ, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ବିୟୋଗରେ ସାରା ବିଶ୍ୱରୁ ଶ୍ରଦ୍ଧାଞ୍ଜଳି ଆସିବାରେ ଲାଗିଛି। ବିଶ୍ୱସ୍ତରୀୟ ନେତାମାନେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ