ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଖାତା ଦେଖା । ପ୍ରଥମ ପର୍ୟ୍ୟାୟରେ ୧୫୧ଟି କେନ୍ଦ୍ରରେ ନିୟୋଜିତ ୮୨୫୮ ଜଣ ଅଧ୍ୟାପକ ଖାତା ଦେଖିଛନ୍ତି । ପ୍ରଥମ ଦିନରେ ଖାତା ଦେଖାରେ ନିୟୋଜିତ ସବୁ ଅଧ୍ୟାପକ ୫ଟି ଲେଖାଏଁ ଖାତା ଦେଖିଛନ୍ତି ବୋଲି ସିଏଚ୍ଏସ୍ଇର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ମୋଟ ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଦୁଇଟି ପର୍ୟ୍ୟାୟରେ ଖାତା ଦେଖା ଆରମ୍ଭ ହେବ । ମୋଟ ୨୫ ଲକ୍ଷ ଖାତା ଦେଖା ହେବ । ଏଥିପାଇଁ ମୋଟ ୧୬ ହଜାର ୪୯୪ଜଣ ଅଧ୍ୟାପକ ନିୟୋଜିତ ହେବେ । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ଖାତା ଦେଖା ହେବ । ୧୩ ତାରିଖ ଯାଏ ପ୍ରଥମ ପର୍ୟ୍ୟାୟରେ ଖାତା ଦେଖା ହେବ । ଅନ୍‌ଲାଇନ ଖାତା ଦେଖା ୭୫ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ।
ଏଥିପାଇଁ ୩୫୭୪ଜଣ ଅଧ୍ୟାପକ ନିୟୋଜିତ ହେବେ । ୭୬ଟି କେନ୍ଦ୍ରରେ ଅଫଲାଇନ୍ ଖାତା ଦେଖା ହେବ । ଏଥିରେ ୪୬୮୪ ଜଣ ଶିକ୍ଷକ ନିୟୋଜିତ ହେବ । ଏପ୍ରିଲ୍ ୧୫ରୁ ୨୬ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ଖାତା ଦେଖା ହେବ । ୭୫ଟି କେନ୍ଦ୍ରରେ ହେବାକୁ ଥିବା ଅଲ୍ଲାଇନ ଖାତା ଦେଖା ପାଇଁ ୪୧୭୮ଜଣ ଅଧ୍ୟାପକ ନିୟୋଜିତ ହେବେ । ୭୬ଟି କେନ୍ଦ୍ରରେ ଅଫ୍‌ଲାଇନ ଖାତା ଦେଖା ପାଇଁ ୪୦୫୮ଜଣ ଅଧ୍ୟାପକ ନିୟୋଜିତ ହେବେ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି ।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ