ଲୁହା ରଡ୍‌ ପଡ଼ି ମାଆ ଓ ପୁଅର ମୃତ୍ୟୁ

ବାଲେଶ୍ବର: ଲୁହା ରଡ୍‌ ବୋଝେଇ ଟ୍ରକରେ ଲିଫ୍ଟ ମାଗି ଆସିବା କାଳ ହୋଇଛି । ଅଧା ବାଟରେ ଟ୍ରକ ବ୍ରେକ ମାରିବାରୁ ରଡ୍‌ ପଡ଼ି ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି । ଦିନ ମଜୁରିଆ ଭାବେ କାମ କରିବାକୁ ବାହାରକୁ ଯାଇଥିବା ବେଳେ ଘରୁକୁ ଫେରିବା ସମୟରେ ଏମିତି ଦୁଃଖଦ ଘଟଣା ଘଟିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଜୟ ସୋରେନଙ୍କ ପରିବାର ପାରାଦ୍ବୀପକୁ କାମ କରିବା ପାଇଁ ଯାଇଥିଲେ । ଚଣ୍ଡିଖୋଲରୁ ଏକ ଲୁହା ରଡ୍‌ ବୋଝେଇ ଟ୍ରକରେ ଲିଫ୍ଟ ଯୋଗେ ୭ ଜଣ ଡଲାରେ ବସି ଆସୁଥିଲେ । ସିମୁଳିଆ ଥାନା ମଇତାପୁର ନିକଟ ଜାତୀୟ ରାଜପଥ ଉପରେ ଥିବା ଏକ ହମ୍ସରେ ଟ୍ରକଟି ବ୍ରେକ ମାରିଦେବାରୁ ଟ୍ରକରେ ଥିବା ଲୁହା ପ୍ଲେଟ ତାଙ୍କ ଉପରେ ପଡିଯାଇଥିଲା । ଲୁହା ରଡ୍‌ ଖସି ମାଆ ଓ ପୁଅ ଉପରେ ବାଜି ଯାଇଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୭ ଜଣଙ୍କ ମଧ୍ୟରୁ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋୖରୀ ହେମ୍ବ୍ରମ ଗୁରୁତର ଥିବା ଜଣାପଡିଛି ।ମୃତ କୁନି ପୁଅ ସୌରଭ ସରେନର ବୟସ ମାତ୍ର ୬ ବର୍ଷ ହୋଇଥିବା ବେଳେ ମାଆ ସୋମବାରି ବୋଲି ଜଣାପଡିଛି । ଅନ୍ୟପଟେ ସିମୁଳିଆ ପୋଲିସ ଲୁହା ରଡ୍‌ ବୋଝେଇ ଟ୍ରକ ଜବତ କରି ଅଧିକ ତଦନ୍ତ ଚଳାଇଛି ।
ମୃତ ମହିଳାଙ୍କ ସ୍ବାମୀ ବିଜୟ ସରେନ କହିଛନ୍ତି, “କାମ କରିବା ପାଇଁ ଆମେ ଚଣ୍ଡିଖୋଲ ଯାଇଥିଲୁ । ଲୁହା ରଡ୍‌ ଟ୍ରକରେ ଲିଫ୍ଟ ମାଗି ଘରକୁ ଫେରୁଥିଲୁ । ଡାଲାରେ ବସିଥିଲୁ, ଟ୍ରକ ହମ୍ପ୍‌ସରେ ବ୍ରେକ ମାରିଦେବାରୁ ସେଥିରେ ଥିବା ଲୁହା ପ୍ଲେଟ ଆସି ପୁଅ ଆଉ ମୋ ସ୍ତ୍ରୀ ଉପରେ ପଡିଗଲା । ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଆମେ ସମୁଦାୟ ୪ଟି ଛୋଟ ପିଲା ଓ ତିନିଜଣ ବଡ଼ ଲୋକ ଆସୁଥିଲୁ । ସିମୁଳିଆ ଥାନା ପଛକୁ ଏମିତି ଘଟଣା ଘଟିଛି । ମୁଁ ଖଟିଖିଆ ଲୋକ, ସରକାର ମୋତେ କିଛି ସହଯୋଗ କରନ୍ତୁ ।”

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ