ଆଗାମୀ ସପ୍ତାହେ ଯାଏ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ଆଗାମୀ ସପ୍ତାହେ ଯାଏ ତାତିରୁ ନିସ୍ତାର ନାହିଁ। ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା । ପଣା ସଂକ୍ରାନ୍ତିଠାରୁ ଆହୁରି ଜାଳିବ। ଆଜି ପାଇଁ ୧୧ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି। କାଲିଠୁ ତାତି ଆହୁରି ବଢିବ। ବରଗଡ଼ ଜିଲ୍ଲାକୁ କାଲି ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି।

ବାକି ୧୧ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ସେହିଭଳି ୧୪ ତାରିଖ ପାଇଁ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଆସନ୍ତା ୧୭ ତାରିଖ ଯାଏ ପ୍ରବଳ ଗରମ ଓ ଗୁଳୁଗୁଳି ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର।

  • Related Posts

    ପାରାଦୀପରେ ମାଛ ମଡକ

    ପାରାଦୀପ : ପାରାଦୀପ କପିଳଯୋର କ୍ରିକ୍ ରେ ମାଛ ମଡକ। ପାଣିରେ ଭାସୁଛନ୍ତି ପୁଳା ପୁଳା ମଲା ମାଛ। ଆହୁରି ବହୁତ ମାଛ ପାଣି ଭିତରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ମାଛ ମଡକର କାରଣ କଣ ତାହା କିନ୍ତୁ ଜଣା…

    Continue reading
    ଆସନ୍ତାକାଲି ଭିତର ରତ୍ନଭଣ୍ଡାର ଗଣତି

    ପୁରୀ: ଆସନ୍ତାକାଲି ସୋମବାର ଭିତର ରତ୍ନଭଣ୍ଡାର ଗଣତି କାର୍ୟ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ତାହାର ପୂର୍ବ ପ୍ରସ୍ତୁତି ନିମନ୍ତେ ଆଜି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପୁରୀ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ