ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭିଏତନାମ ଗସ୍ତ କରିଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ସୋଶାଲ ମିଡିଆ ପୋଷ୍ଟରେ ବିଜେପି ଆଇଟି ସେଲ ମୁଖିଆ ଅମିତ ମାଲବ୍ୟ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗକୁ ନେଇ ରାଜନୀତି କରୁଛନ୍ତି। ମାଲବ୍ୟ କହିଛନ୍ତି, “ଯେତେବେଳେ ପୂରା ଦେଶ ଡ ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛି ସେତେବେଳେ ରାହୁଲ ଗାନ୍ଧି ନୂଆ ବର୍ଷ ପାଳନ କରିବା ପାଇଁ ଭିଏତନାମ ଚାଲି ଯାଇଛନ୍ତି। ରାହୁଲ ଗାନ୍ଧି କେବଳ ଡ ସିଂହଙ୍କ ବିୟୋଗକୁ ରାଜନୀତିକ ରୂପ ଦେଉଛନ୍ତି।” ତେବେ ଏହାର ଜବାବ କଂଗ୍ରେସ ପକ୍ଷରୁ ଦିଆଯାଇଛି। କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି, “ଟେକ ଡାଇଭର୍ସନ ରାଜନୀତି ସଙ୍ଘିମାନେ କେବେ ବନ୍ଦ କରିବେ? ମୋଦି ଯେଉଁ ଭଳି ଡ ସାହେବଙ୍କ ଅନ୍ତିମ ସଂସ୍କାର ପାଇଁ ଯମୁନା କୂଳରେ ସ୍ଥାନ ଦେଲେ ନାହିଁ ଓ ତାଙ୍କ ମନ୍ତ୍ରୀମାନେ ଯେଉଁଭଳି ଭାବେ ଡ ସାହେବଙ୍କ ପରିବାରକୁ କୋଣଠେସା କଲେ, ତାହା ଅତ୍ୟନ୍ତ ଲଜ୍ଜାଜନକ। ଯଦି ରାହୁଲ ଗାନ୍ଧି ବ୍ୟକ୍ତିଗତ ଭାବେ ଯାତ୍ରା କଲେ, ତା’ହେଲେ ଆପଣଙ୍କର କ’ଣ ସମସ୍ୟା ହେଉଛି? ନବ ବର୍ଷରେ ସୁସ୍ଥ ହୋଇଯାଅ।” ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା। ପରିବାର ଲୋକଙ୍କ ଗୋପନୀୟତାକୁ ସମ୍ମାନ ଜଣାଇ ଗାନ୍ଧି ପରିବାରର କୌଣସି ସଦସ୍ୟ ସେଠାରେ ଉପସ୍ଥିତ ନଥିବା କଂଗ୍ରେସ କହିଥିଲା। ଏଥିସହ ଶ୍ରୀ ସିଂହଙ୍କ ପରିବାର ଲୋକଙ୍କ ସହ ମଧ୍ୟ କଂଗ୍ରେସର ନେତାମାନେ ଏ ସମ୍ପର୍କରେ କଥା ହୋଇଥିବା ଦଳ ପକ୍ଷରୁ କୁହାଯାଇଥିଲା। ତଥାପି ଏହାକୁ ପ୍ରସଙ୍ଗ କରି ବିଜେପି ଗାନ୍ଧି ପରିବାରକୁ ଘେରିବାରେ ଲାଗିଛି।

  • Related Posts

    ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ନୋବେଲ

    ଷ୍ଟକହୋମ: ୨୦୧୮ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି । କାଗାନ ଏବଂ ସୋଇଙ୍କ ଗବେଷଣାର ମୁଖ୍ୟ ବିଷୟ…

    Continue reading
    ୨୫ ପଏଣ୍ଟ ବଢ଼ିଲା ରେପୋ ହାର, ବଢ଼ିବ ଇଏମ୍‌ଆଇ

    ମୁମ୍ବାଇ/୦୭/୧୦: ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ରେପୋ ହାରକୁ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି କରି ୫.୫% କରିଛି । ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ ପ୍ରାୟ ସାଢେ ତିନି ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ