ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ସାଧ୍ୱୀ ସତିଶ : ଦୁଇ ରନର୍ସଅପ୍ ରାଜନନ୍ଦିନୀ, ଶ୍ରୀଅଦ୍ୱୈତ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ୬୧ତମ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଶନିବାର ରାତିରେ ଶେଷ ହୋଇଛି । ପ୍ରତିଯୋଗିତାରେ ବିଜୟିନୀ ହୋଇ ମୁକୁଟ ପିନ୍ଧିଛନ୍ତି ଗୋଆର ସାଧ୍ୱୀ ସତିଶ ସାଇଲ । ଚୂଡ଼ାନ୍ତ ପର୍ୟ୍ୟାୟ ପରେ ଜୁରୀମାନେ ତାଙ୍କ ନାମ ଫେମିନା ମିସ୍ ଇଣ୍ଡିଆ ଭାବେ ଘୋଷଣା କରିବା ପରେ ମଞ୍ଚରେ ଝଲସି ଉଠିଥିଲେ ସୁନ୍ଦରୀ ସତିଶ ।

ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର ଏବଂ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରୀଅଦ୍ୱୈତ ଜି । ଚୂଡ଼ାନ୍ତ ପର୍ୟ୍ୟାୟକୁ ୮ ଜଣ ପ୍ରତିଯୋଗୀ ଉନ୍ନୀତ ହୋଇଥିଲେ । ଏମାନଙ୍କ ସହ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କିଟ୍ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଏହି ବିଶାଳ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ କିଟ୍ ଓ କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ ।

​​​​​​​ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଜିନତ ଅମନ୍, ଦକ୍ଷିଣ ଫିଲ୍ମ ଅଭିନେତ୍ରୀ ସିମରନ, ନେହା ଧୂପିଆ, ନିର୍ଦ୍ଦେଶକ ମଧୁର ଭଣ୍ଡାରେକର, ଗାୟକ ଅମଲ ମଲିକ, ଈଶାନ ଖଟର, ଟେରେନ୍ସ ଲୁଇସ ପ୍ରମୁଖ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମ ଅବସରରେ ବଲିଉଡ ଅଭିନେତ୍ରୀ ଲରିନ ଗୋଟଲବ, ଓଡ଼ିଆ ସିନେ ଅଭିନେତ୍ରୀ ସୂର୍ୟ୍ୟମୟୀ, ନୃତ୍ୟଶିଳ୍ପୀ ଶାଶ୍ୱତୀ ମିଶ୍ର ନୃତ୍ୟ ପ୍ରଦର୍ଶନ କରିଥିଲେ । ସମାରୋହକୁ ମନୀଷ ପଲ ଓ ସାରା ଜାନେ ଡିଆସ ସଂଯୋଜନା କରିଥିଲେ ।

  • Related Posts

    ଏସି ଭିତରୁ ବାହାରିଲା ଢ଼ମଣା ସାପ

    ହରଭଙ୍ଗା: ଏସି ଭିତରେ ଢମଣା ସାପ । ଦୁଇ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ସାପ । ହରଭଙ୍ଗା ବ୍ଲକ ତିଲେଶ୍ୱର ଗାଁର ଫିଲୁନ ପ୍ରଧାନଙ୍କ ଘରେ ଲାଗିଥିଲା ଏହି ଏସି। ଭିତରେ ସାପ ଥିବା ଜାଣି ପରିବାର ଲୋକଙ୍କ…

    Continue reading
    ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶ: ମେ’ ୩୧ ସୁଦ୍ଧା ‘ସେଲ୍ଫ ଆପ୍ରେଜାଲ’ ରିପୋର୍ଟ ଦିଅ

    ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ବା APAR ଦାଖଲ ପାଇଁ ଆସିଲା କଡ଼ା ନିର୍ଦ୍ଦେଶ। ରାଜ୍ୟ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏନେଇ ନୂଆ କାର୍ଯ୍ୟସୂଚୀ ଜାରି ହୋଇଛି। କର୍ମଚାରୀଙ୍କୁ ମେ ୩୧ ତାରିଖ ସୁଦ୍ଧା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର