ମେ’ ପହିଲାରୁ ରବି ଧାନ କିଣା

ଭୁବନେଶ୍ବର: ମେ’ ପହିଲାରୁ ଚାଷୀଙ୍କ ପାଖରୁ ରାଜ୍ୟ ସରକାର ରବି ଧାନ କିଣିବେ। ଧାନ କିଣା ପ୍ରକ୍ରିୟା ଜୁନ୍‌ ୩୦ ପର୍ୟ୍ୟନ୍ତ ଚାଲିବ। ଏନେଇ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ଖୋରଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
ରବି ଧାନ ବିକ୍ରି ନିମନ୍ତେ ଚାଷୀ ମାର୍ଚ୍ଚ ୧୦ରୁ ୨୫ତାରିଖ ମଧ୍ୟରେ ପଞ୍ଜୀକରଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଣ୍ଡିଗୁଡିକରେ ଚାଷୀଙ୍କ ନିମନ୍ତେ ବିଶୁଦ୍ଧ ପାନୀୟଜଳ ଏବଂ ଶୌଚାଳୟ ଆଦି ବ୍ୟବସ୍ଥା କରାଯିବ। ଜୁନ ୧୫ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଆଗମନ କରିପାରେ। ମୌସୁମୀ ଜନିତ ବର୍ଷାରେ ମଣ୍ଡିରେ ଧାନ ଘୋଡ଼ାଇବା ପାଇଁ ପଲିଥିନ ଜରି ବ୍ୟବସ୍ଥା ରହିବ। ପଡ଼ୋଶୀ ରାଜ୍ୟରୁ ରାଜ୍ୟ ଭିତରକୁ ଯେପରି ଧାନ ନଆସେ ସେଥିପାଇଁ ସୀମା ସିଲ୍‌ କରିବାକୁ ସମବାୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

  • Related Posts

    ଏସି ଭିତରୁ ବାହାରିଲା ଢ଼ମଣା ସାପ

    ହରଭଙ୍ଗା: ଏସି ଭିତରେ ଢମଣା ସାପ । ଦୁଇ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ସାପ । ହରଭଙ୍ଗା ବ୍ଲକ ତିଲେଶ୍ୱର ଗାଁର ଫିଲୁନ ପ୍ରଧାନଙ୍କ ଘରେ ଲାଗିଥିଲା ଏହି ଏସି। ଭିତରେ ସାପ ଥିବା ଜାଣି ପରିବାର ଲୋକଙ୍କ…

    Continue reading
    ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶ: ମେ’ ୩୧ ସୁଦ୍ଧା ‘ସେଲ୍ଫ ଆପ୍ରେଜାଲ’ ରିପୋର୍ଟ ଦିଅ

    ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ବା APAR ଦାଖଲ ପାଇଁ ଆସିଲା କଡ଼ା ନିର୍ଦ୍ଦେଶ। ରାଜ୍ୟ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏନେଇ ନୂଆ କାର୍ଯ୍ୟସୂଚୀ ଜାରି ହୋଇଛି। କର୍ମଚାରୀଙ୍କୁ ମେ ୩୧ ତାରିଖ ସୁଦ୍ଧା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର