ଆଇଏଫଏସ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଫଏସ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କାମ୍ପା ସିଇଓ ଜି. ରାଜେଶଙ୍କୁ ପିସିସିଏଫ ଏବଂ ଏଚ୍‌ଓଏଫଏଫ କାର୍ଯ୍ୟାଳୟରେ ଏଫସିଏ ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ସମ୍ବଲପୁର ସର୍କଲ୍ ଆରସିସିଏଫ୍ ଟି. ଅଶୋକ କୁମାରଙ୍କୁ କାମ୍ପା ସିଇଓ ତଥା ସିସିଏଫ ଭାବେ ଦାୟିତ୍ବ ଦିଆଯାଇଛି। ଆଇଏଫଏସ ଅଧିକାରୀ ସଞ୍ଜୟ କୁମାର୍ ସ୍ବାଇଁ ଅନୁଗୋଳ ସର୍କଲ ଆରସିସିଏଫ୍ ଭାବେ ନିଜ ଦାୟିତ୍ବ ସହ ଅତିରିକ୍ତ ଭାବେ ଅନୁଗୋଳ ଫରେଷ୍ଟ ରେଞ୍ଜର୍ସ କଲେଜ ନିର୍ଦେଶକ ଦାୟିତ୍ବ ତୁଲାଇବେ। ସୁଧାଂଶୁ ଶେଖର ଖୋରାଙ୍କୁ ଭୁବନେଶ୍ବର ଆରପିଆରସି ସିଇ ଭାବେ ନିଯୁକ୍ତି ଦିଆଯାଇଛି।

ସ୍ବୟଂମ୍ ମଲ୍ଲିକଙ୍କୁ ଜଙ୍ଗଲ ବିଭାଗ ସ୍ବତନ୍ତ୍ର ସଚିବ, ସଂଗ୍ରାମ କେଶରୀ ବେହେରାଙ୍କୁ ଭୁବନେଶ୍ବର ଓଏଫଡିସି ନିର୍ଦେଶକ (ବାଣିଜ୍ୟିକ), ପି. ଆର୍ଥନାରୀଙ୍କୁ ଅତିରିକ୍ତ ଭାବେ ଭୁବନେଶ୍ବର ଆରସିସିଏଫ ଦାୟିତ୍ବ ତୁଲାଇବାକୁ କୁହାଯାଇଛି। ବଣାଇ ଡିଏଫଓ ଲଳିତ କୁମାର ପାତ୍ରଙ୍କୁ ଢେଙ୍କାନାଳ ବଦଳି କରାଯାଇଛି। ଏହିପରି ଭାବେ ୨୦ ଆଇଏଫଏସ୍ ଅଧିକାରୀଙ୍କ ଅଦଳବଦଳ ହୋଇଛି।

  • Related Posts

    ନୂଆ ଓଡ଼ିଶାର ସ୍ଵପ୍ନ ଦେଖିବା ଜରୁରୀ: ମୁଖ୍ୟ ସଚିବ

    ଭୁବନେଶ୍ବର: ଡିଜିଟାଲ ଯୁଗରେ ରାଜସ୍ୱ ପ୍ରଶାସନର ବଦଳୁଛି ଭୂମିକା । ଭୂ-ପରିଚାଳନା କ୍ଷେତ୍ରରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ନୂଆ କରି ପ୍ରଶାସନିକ ସେବାରେ ଯୋଗ ଦେଉଥିବା ଅଧିକାରୀ ନୂଆ ଓଡ଼ିଶାର ସ୍ଵପ୍ନ…

    Continue reading
    କାଳବୈଶାଖୀ, ମେ’ ୯ ଯାଏଁ ସତର୍କତା ଜାରି

    ଭୁବନେଶ୍ବର: ଅପରାହ୍ନ ବେଳକୁ ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ବର୍ଷା ଛେଚିବା ସହ ପ୍ରବଳ ବଜ୍ରପାତ ସାଙ୍ଗକୁ ଝଡ଼ି ପବନ ମାଡ଼ି ଆସୁଛି । ମେ’ ୯ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା