ଆତଙ୍କବାଦୀ ଆକ୍ରମଣ : ମାଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମାଲିରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଅଲ-କାଏଦା ସହିତ ଜଡିତ ଜିହାଦୀ ଗୋଷ୍ଠୀ JNIM ଏବଂ ତୁଆରେଗ ବିଦ୍ରୋହୀ ମାନେ ସାରା ଦେଶରେ ଏକକାଳୀନ ଆକ୍ରମଣ ଆରମ୍ଭ କରିଛନ୍ତି। ଏହି ଆକ୍ରମଣରେ ମାଲିର ପ୍ରତିରକ୍ଷା ମନ୍ତ୍ରୀ ସାଡିଓ କାମାରାଙ୍କ ମୃତ୍ୟୁ ହୋଇଛି। ଶନିବାର ଦିନ ରାଜଧାନୀ ବମାକୋ ନିକଟସ୍ଥ କାଟି ସହରରେ ତାଙ୍କ ଘର ଉପରେ ଏକ ଆତ୍ମଘାତୀ କାର ବୋମା ଆକ୍ରମଣ କରାଯାଇଥିଲା।ଏହି ଆକ୍ରମଣରେ ପ୍ରତିରକ୍ଷା ମନ୍ତ୍ରୀ ସାଡିଓ କାମାରା, ତାଙ୍କ ଦ୍ୱିତୀୟ ପତ୍ନୀ ଏବଂ ତାଙ୍କର ଦୁଇ ନାତିନାତୁଣୀଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ରାଜଧାନୀ ବାମାକୋର ଉପକଣ୍ଠକୁ ଥରାଇ ଦେଇଥିଲା।ବିଦ୍ରୋହୀ ମାନେ ଦେଶର ବିଭିନ୍ନ ସ୍ଥାନରେ ଏକକାଳୀନ ଆକ୍ରମଣ ଆରମ୍ଭ କରିଥିଲେ। ରବିବାର ଦିନ, କାଟି, କିଡାଲ, ଗାଓ ଏବଂ ସେଭାରେ ଭଳି ଅଞ୍ଚଳରେ ପ୍ରବଳ ଗୁଳିବର୍ଷା ଏବଂ ଯୁଦ୍ଧ ଆରମ୍ଭ ହୋଇଥିଲା। ତୁଆରେଗ ବିଦ୍ରୋହୀ ମାନେ ଦାବି କରିଥିଲେ ଯେ କିଡାଲ ଏବେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କ ନିୟନ୍ତ୍ରଣରେ ଅଛି। ଏକ ଚୁକ୍ତି ଅନୁଯାୟୀ, ମାଲି ସେନା ଏବଂ ଏହାର ସହଯୋଗୀ ରୁଷିଆନ ସେନାକୁ ସେଠାରେ ଥିବା ସାମରିକ ଶିବିରରୁ ସୁରକ୍ଷିତ ଭାବରେ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯାଇଥିଲା।
ସୂଚନାଥାଉକି ଯେ, ନଭେମ୍ବର ୨୦୨୩ରେ, ରୁଷିଆ ୱାଗନର ଗ୍ରୁପ୍ ସହାୟତାରେ, ମାଲି ସେନା ବିଦ୍ରୋହୀଙ୍କ କବଳରୁ କିଡାଲକୁ ପୁନର୍ବାର ଦଖଲ କରିଥିଲା, କିନ୍ତୁ ଏହା ଏବେ ପୁଣି ଖସିଯାଇଛି। ସରକାର ଦାବି କରୁଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି, କିନ୍ତୁ ଭୂମିରେ ପରିସ୍ଥିତି ଭିନ୍ନ। ରାଜଧାନୀ ବାମାକୋରେ ସାମରିକ ଘାଟିକୁ ଯାଉଥିବା ରାସ୍ତା ଅବରୋଧ କରାଯାଇଛି। ବିସ୍ଫୋରଣ ଶବ୍ଦରେ ବିମାନବନ୍ଦର ନିକଟରେ ରହୁଥିବା ଲୋକମାନେ ଭୟଭୀତ।

  • Related Posts

    ଦକ୍ଷିଣ ସୁଡାନରେ ବିମାନ ଦୁର୍ଘଟଣା, ଜଳିଗଲେ ୧୪ ଯାତ୍ରୀ

    ନୂଆଦିଲ୍ଲୀ: ଦକ୍ଷିଣ ସୁଡାନରୁ ବର୍ତମାନ ସମୟରେ ଏକ ବଡ଼ ଖବର ଆସୁଛି। ସୋମବାର ଦକ୍ଷିଣ ସୁଡାନର ରାଜଧାନୀ ଉପକଣ୍ଠରେ ଏକ ସେସ୍ନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛି। ରିପୋର୍ଟ ମୁତାବକ ଦୁର୍ଘଟଣାରେ…

    Continue reading
    ଟିଏମ୍‌ସି କର୍ମୀଙ୍କ ଘରୁ ୧୦୦ ବୋମା ଜବତ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସି

    ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗରେ ବେଆଇନ ଭାବେ ଦେଶୀ ବୋମା ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ବାଚନ କମିଶନ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କୌଣସି ବିସ୍ଫୋରକ ସହ ସମ୍ପୃକ୍ତ ମାମଲାର ତଦନ୍ତ ଜାତୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା