ତାତିରେ ଲାଗିବ ବ୍ରେକ୍

ଭୁବନେଶ୍ୱର: ମେ୨ ତାରିଖ ଯାଏ ରାଜ୍ୟରେ ତାତି କମିପାରେ । ସବୁଠୁ ଉତ୍ତପ୍ତ ପାଲଟିଥିବା ଝାରସୁଗୁଡ଼ାରେ ବି ତାତି ୪୦ ଡିଗ୍ରୀକୁ ଖସିପାରେ । ତତଲା କଡ଼େଇରେ ଭାଜି ହେଉଥିବା ପଶ୍ଚିମ ଓଡ଼ିଶାରେ ତାତି ୨ରୁ ୩ ଡିଗ୍ରୀ ଯାଏ ଖସିପାରେ । କାଳବୈଶାଖୀ ପ୍ରଭାବରେ ସାମୟିକ ଆଶ୍ୱସ୍ତି ମିଳିବା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।ଝାରସୁଗୁଡ଼ାରେ ତାପମାତ୍ରା ୪୫.୩ ଡିଗ୍ରୀ ରେକର୍ଡ ହୋଇଥିଲା । ଚଳିତ ଗ୍ରୀଷ୍ମଋତୁରେ ଏହା ଥିଲା ରେକର୍ଡ ତାତି । ତାତିରେ ଏହା ଦେଶର ଦ୍ୱିତୀୟ ଉତ୍ତପ୍ତ ସ୍ଥାନ ପାଲଟିଥିଲା । ଏଠାରେ ସ୍ୱାଭାବିକଠାରୁ ୪.୫ ଡିଗ୍ରୀ ଅଧିକ ତାତି ରେକର୍ଡ ହୋଇଛି । ୪୫.୬ ଡିଗ୍ରୀ ତାପମାତ୍ରା ଯୋଗୁ ଉତ୍ତରପ୍ରଦେଶର ବାନ୍ଦା ଦେଶର ସବୁଠୁ ଉତ୍ତପ୍ତ ପାଲଟିଛି । ସମ୍ବଲପୁରରେ ୪୩.୫ଡିଗ୍ରୀ ଓ ଢେଙ୍କାନାଳରେ ୪୩.୪ ଡିଗ୍ରୀ ରେକର୍ଡ ହୋଇଛି ।କାଳବୈଶାଖୀ ପ୍ରଭାବ ଯୋଗୁ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ତାତି କମ୍ ରହିବ ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇପାରେ । ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ଆଶଙ୍କା ଅଛି । ୫୦ରୁ ୬୦ କିମି ବେଗରେ ପବନ ବି ବହିପାରେ । ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ତେବେ ଅଧିକ ଆର୍ଦ୍ରତା ଯୋଗୁ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇପାରେ । କିନ୍ତୁ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ରହିପାରେ । ୧ ଓ ୨ ତାରିଖ ବେଳକୁ ତାତି ଆହୁରି କମିବ ।

  • Related Posts

    ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

    ଭୁବନେଶ୍ୱର: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ। STU, ଡଗ ସ୍କ୍ବାଡ, ବମ ସ୍କ୍ବାଡ…

    Continue reading
    ଟ୍ରକ-ବସ ଧକ୍କା:୪ ମୃତ

    ରାଉରକେଲା: ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ ଚାଳକ ଭାରସାମ୍ୟ ହରାଇ ଡିଭାଇଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା