ନେତୃତ୍ବକୁ ନେଇ ବିଜେଡି ଭିତରେ ବଢ଼ିବାରେ ଲାଗିଛି ଚାପା ଅସନ୍ତୋଷ

ଭୁବନେଶ୍ବର: ନେତୃତ୍ବକୁ ନେଇ ବିଜେଡି ଭିତରେ ଚାପା ଅସନ୍ତୋଷ ବଢ଼ିବାରେ ଲାଗିଛି। ଏବେ ବି ପରଦା ପଛରେ ରହି ଭି କେ ପାଣ୍ଡିଆନ୍ ହିଁ ସବୁ ନିଷ୍ପତ୍ତି ନେଉଛନ୍ତି ବୋଲି କାହାକୁ ଅଛପା ନାହିଁ। ଏପରିକି ପାଣ୍ଡିଆନ ଖୁବ୍‌ଶୀଘ୍ର ଆଗକୁ ଆସିବେ ବୋଲି ଚର୍ଚ୍ଚା ଚାଲିଲାଣି। କିନ୍ତୁ ବରିଷ୍ଠ ନେତାମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ଏହି ପ୍ରସଙ୍ଗରେ ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ଖୋଲାଖୋଲି ଅସନ୍ତୋଷ ଝାଡ଼ିଛନ୍ତି। ପାଣ୍ଡିଆନଙ୍କୁ କୌଣସି ପରିସ୍ଥିତିରେ ଗ୍ରହଣ କରିବେନି ବୋଲି ରୋକଠୋକ୍ ଜଣାଇ ଦେଇଛନ୍ତି।

ପାଣ୍ଡିଆନ୍ ଦଳ ପାଇଁ ଓ ରାଜ୍ୟ ପାଇଁ ବହୁତ କରିଛନ୍ତି ବୋଲି ନିଜେ ବିଜେଡି ସୁପ୍ରିମୋ ଗଣମାଧ୍ୟମରେ କହିଛନ୍ତି। କିନ୍ତୁ ଶ୍ରୀ ପାତ୍ର ଏହାକୁ ରୋକଠୋକ୍ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ପାଣ୍ଡିଆନଙ୍କ ଯୋଗୁ ଦଳର ବହୁତ କ୍ଷତି ହୋଇଛି। ଆମେ ମୂଳରୁ ତାଙ୍କୁ ପ୍ରତ୍ୟାଖ୍ୟାତ କରିଛୁ। ଏବେ ସେ କାହିଁକି ଦଳ କଥା ବୁଝିବେ? ତାଙ୍କ ନେତୃତ୍ବରେ ଆମେ ଦଳରେ ପଶି ନଥିଲୁ। ସେ ଦାୟିତ୍ବ ନେବା ପ୍ରଶ୍ନ କେଉଁଠୁ ଆସୁଛି। ଆମେ କାହାର ନେତୃତ୍ବକୁ ଜୋରଜବରଦସ୍ତ ମାନିବୁ ନାହିଁ। ଏକଥା ଯଦି ଉଠିବ, ତେବେ ମୁଁ ପ୍ରଥମେ ବାହାରିବି।

ସେ ଆହୁରି କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆମେ ଅଛୁ। ଯଦି ଦଳରେ ପାଣ୍ଡିଆନଙ୍କ ପ୍ରାଦୁର୍ଭାବ ରହୁଥିବ, ତେବେ ଦଳ ନିଶ୍ଚିତ ଭୋଗିବ। ଏ କଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ତାଙ୍କ ନେତୃତ୍ବରେ ଦଳକୁ ପ୍ରତିଷ୍ଠିତ କରିବାକୁ ଚାହିଲେ, ତାହା ଫଳପ୍ରଦ ହେବ ନାହିଁ। ବହୁତ ଲୋକ ତାଙ୍କୁ ବିରୋଧ କରିବେ। ବିଜୁ ବାବୁଙ୍କ ନାଁକୁ ବୁଡ଼ାଇକି ଦଳ ରଖିଲେ, ଆମେ ରହିପାରିବୁନି। ନିର୍ବାଚନ ବେଳେ ବିଜୁ ବାବୁଙ୍କ ଫୋଟ ଯିଏ କାଢ଼ିଛି ସିଏ ଭୋଗିଛି। ବିଜୁ ବାବୁଙ୍କ ଫଟୋ କାଢ଼ି ତାଙ୍କୁ ନ୍ୟୂନ କରି ଯେଉଁମାନେ ଆଗକୁ ବଢ଼ିଛନ୍ତି ଏବଂ ଉପରକୁ ଯିବାକୁ ଚେଷ୍ଟା କରିଛନ୍ତି, ତା’ର ଫଳ ଭୋଗିଛନ୍ତି। ଯେଉଁମାନେ ଆକାଶରେ ଉଡୁଥିଲେ, ଉଚ୍ଚ ଚେହେରା ରଖିଥିଲେ, ସେମାନଙ୍କୁ ଲୋକ ଭୁଲିଗଲେଣି। ତାଙ୍କ ପରିଚୟ ହଜିଗଲାଣି।
ବଦ୍ରିଙ୍କ ଏପରି ବିସ୍ଫୋରଣ ନେଇ ଅନ୍ୟ ବିଜେଡି ନେତାମାନେ ମୁହଁ ଖୋଲି ନାହାନ୍ତି। ଏପରିକି ପାଣ୍ଡିଆନଙ୍କ ସପକ୍ଷରେ ଏକ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବିଜେଡିର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି ପ୍ରସଙ୍ଗରେ ଏଯାଏଁ ଆଗକୁ ଆସି ନାହାନ୍ତି। ନବୀନଙ୍କୁ ନୁହେଁ, ବରଂ ପାଣ୍ଡିଆନଙ୍କୁ ଓଡ଼ିଶା ବିକାଶର ବିନ୍ଧାଣୀ ଭାବେ ଉପସ୍ଥାପନ କରିବାକୁ ‌ଲଗାତାର ଭାବେ ଯେଉଁ ଚେଷ୍ଟା ଚାଲିଛି, ତାହା ଦଳର ବରିଷ୍ଠ ନେତାମାନଙ୍କୁ ଅକଳରେ ପକାଇ ଦେଇଛି। ବଦ୍ରିଙ୍କ ବୟାନ ହିଁ ଏହାକୁ ଧରା ପକାଇ ଦେଉଛି। ଅପରପକ୍ଷରେ ଶଙ୍ଖ ଭବନରେ ବିଜେଡିର ଟଣାଓଟରା ଆଉ ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ବିଜେଡିର ମୁଖ୍ୟାଳୟ ଦାୟିତ୍ବରେ ଦୁଇ ଜଣ ନେତା ରହିଛନ୍ତି। ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ଉପସଭାପତି ପ୍ରତାପ ଜେନା। ସାଧାରଣତଃ ଦଳ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ବରିଷ୍ଠ ଉପସଭାପତି ଶ୍ରୀ ମିଶ୍ର ଦସ୍ତଖତ କରୁଥିଲେ। ଗତ ୧୪ ତାରିଖରେ ଓଡ଼ିଆ ନୂଆବର୍ଷ ପାଳନ ପାଇଁ ତାଙ୍କରି ଦସ୍ତଖତରେ ହିଁ ନିର୍ଦ୍ଦେଶନାମା ଜାରି ହୋଇଥିଲା। କିନ୍ତୁ ମଧୁ ବାବୁଙ୍କ ଜୟନ୍ତୀ ପାଳନ ‌ପାଇଁ ଗତକାଲି ଜାରି ନିର୍ଦ୍ଦେଶନାମାରେ ଉଭୟ ଶ୍ରୀ ମିଶ୍ର ଓ ଶ୍ରୀ ଜେନାଙ୍କର ଦସ୍ତଖତ ରହିଛି। ଗୋଟିଏ ନିର୍ଦ୍ଦେଶନାମାରେ ହଠାତ୍‌ କାହିଁକି ଉଭୟଙ୍କ ଦସ୍ତଖତ ଦରକାର ପଡ଼ିଲା, ତାହା ବେଶ୍‌ ରହସ୍ୟଜନକ ହୋଇ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ଆଲୋଚନା ଜୋର୍‌ ଧରିଛି।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ