ଓଡ଼ିଶା ଗସ୍ତରେ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଅଧ୍ୟକ୍ଷ ଓ ସଦସ୍ୟ

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଅଧ୍ୟକ୍ଷ ଓ ସଦସ୍ୟ । ମିଳିତ ସଂସଦୀୟ କମିଟି (JPC)ର ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ସଂସଦୀୟ କମିଟି ପହଞ୍ଚିଛନ୍ତି । ଏହି କମିଟିର ଉଦ୍ଦେଶ୍ୟ ଏହି ତିନୋଟି ବିଲର ବିଶ୍ଳେଷଣ କରିବା । ୨୦ଅଗଷ୍ଟ ୨୦୨୫ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ୩ବିଧେୟକ ଆଣିଥିଲେ । ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫, ଜମ୍ମୁ କାଶ୍ମୀର ପୁନର୍ଗଠନ (କ )ବିଲ ୨୦୨୫ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର (k) ବିଲ ୨୦୨୫, ଏହି ୩ଟି ବିଲ୍ ଯେବେ ଉପସ୍ଥାପିତ ହେଲା ସେବେ ବିରୋଧୀ ଦଳ ମାନେ ଏହାର ଘୋର ବିରୋଧ କରିଥିଲେ । ଏହି ୩ଟି ବିଲ୍ ଲୋକତନ୍ତ୍ରକୁ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ଦିଗରେ ଭଲ ପଦକ୍ଷେପ ଥିଲା । ବିରୋଧୀ ବିରୋଧ କରିଥିବାରୁ ଏଥିପାଇଁ ଏକ ମିଳିତ ସଂସଦୀୟ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ୩୧ସଦସ୍ୟ ରହିଥିଲେ । ୨୧ଜଣ ଲୋକସଭା ଓ ୧୦ଜଣ ରାଜ୍ୟସଭା ସଂସଦଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଥିଲା ।

ପହଞ୍ଚିବା ପରେ କମିଟିର ଅଧ୍ୟକ୍ଷା ଶ୍ରୀମତି ଷଡ଼ଙ୍ଗୀ, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୋତେ ଏହି କମିଟିର ଅଧ୍ୟକ୍ଷ କରାଯାଇଥିଲା । ଆମେ କମିଟି ଗଠନ ପରଠୁ ୧୦ଟି ବୈଠକ କରିବା ସହ ବିଭିନ୍ନ ରାଜ୍ୟକୁ ଯାଇ କରିଛୁ । ୨୫ଟି ଅନୁଷ୍ଠାନ ସହ ଆଲୋଚନା କରି ସାରିଛୁ । ଏ ବିଲ୍ ନେଇ ସମସ୍ତଙ୍କ ମତକୁ ଆମେ ସମ୍ମାନ ଦେଉଛୁ । ଏବେ ଓଡ଼ିଶା ଗସ୍ତରେ ଆମେ ଆସିଛୁ । ୫ ଅନୁଷ୍ଠାନ ସହ ଆଲୋଚନା କରିବୁ । ଓଡ଼ିଶା ସରକାରଙ୍କ ମତାମତ ଲୋଡ଼ିବୁ । ହ୍ୟୁମାନ ରାଇଟ୍ସ ମାତାମତ ନେବୁ । ସମସ୍ତଙ୍କ ମତାମତ ନେବା ପରେ ଚୂଡାନ୍ତ ରିପୋର୍ଟ ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ପ୍ରଦାନ କରିବୁ । ଏହି ତିନୋଟି ବିଲ ପଛରେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟ ରାଜାନୀତିରେ ଅପରାଧିକାରଣ ନ ହେଉ । ଏହି ବିଲ ପାରିତ ହେଲେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ, କିଏ ବି ୩୦ଦିନ ଗିରଫ କିମ୍ବା ଡିଟେନ ରହିଲେ ୩୧ତମ ଦିନ ସେ ପଦଚ୍ୟୁତ ହେବେ। ଏହା ଏକ ମାଇଲଖୁଣ୍ଟ ସାଜିବ । ରିପୋର୍ଟ ତିଆରି ପରେ ଉଚିତ ପଦକ୍ଷେପ ନିଆଯିବ ।

  • Related Posts

    ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

    ଭୁବନେଶ୍ୱର: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ। STU, ଡଗ ସ୍କ୍ବାଡ, ବମ ସ୍କ୍ବାଡ…

    Continue reading
    ଟ୍ରକ-ବସ ଧକ୍କା:୪ ମୃତ

    ରାଉରକେଲା: ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ ଚାଳକ ଭାରସାମ୍ୟ ହରାଇ ଡିଭାଇଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା