ଏଫଏମ୍ କଲେଜ: ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବା ଓଡ଼ିଆ ବିଭାଗ ଏଚଓଡିଙ୍କ ଚାଟ୍ ଭାଇରାଲ୍

ବାଲେଶ୍ୱର : ବାଲେଶ୍ଵର ଏଫଏମ୍ କଲେଜର ପିଛା ଛାଡ଼ୁନି ବିବାଦ। ଛାତ୍ରୀ ଆତ୍ମାହୁତି ମାମଲା ପରେ ଏବେ ପୁଣି ଚର୍ଚ୍ଚାରେ FM କଲେଜ। ଆଉ ଜଣେ ଏଚଓଡିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଡ଼ୁଆରେ ଓଡ଼ିଆ ବିଭାଗ ସାର୍। ଭାଇରାଲ୍ ହେଉଛି ସାରଙ୍କ ହ୍ଵାଟସଆପ୍ ଡାର୍ଟି ମେସେଜ୍। ପଦାରେ ପଡ଼ିଲା କଳା କାରନାମା। ଏନେଇ ଆଇସିସି କମିଟି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରୀ।

ବାଲେଶ୍ଵର ଏଫଏମ୍ କଲେଜର ପିଛା ଛାଡ଼ୁନି ବିବାଦ। ସମୀର ସାହୁଙ୍କ ପରେ ଏବେ ଆଉ ଜଣେ ପ୍ରଫେସରଙ୍କ କଳା କାରନାମା ସାମ୍ନାକୁ ଆସିଛି। ହ୍ଵାଟସଆପ୍ ଚାଟ୍ ରେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବା ଚାଟ୍ ଭାଇରାଲ୍ ହେଉଛି। ତେବେ ସାର୍ ଜଣଙ୍କୁ ନୁହେଁ ଏଭଳି ଏକାଧିକ ଛାତ୍ରୀଙ୍କୁ ମେସେଜ କରିଥିବା ବେଳେ ଏବେ ଡରାଇ ଧମକାଇ ଛାତ୍ରୀଙ୍କ ଫୋନରୁ ମେସେଜ୍ ଡିଲିଟ୍ କରିବାକୁ ବାଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ କ୍ଲାସ୍ ରେ ଘଣ୍ଟା ଘଣ୍ଟା ସମୟ ନେଇ ପାଠ ପଢ଼ାଇବା ବଦଳରେ ଅଶ୍ଳୀଳ କଥା କହୁଥିବାର ମଧ୍ୟ ଅଭିଯୋଗ ହୋଇଛି। ଏନେଇ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ଆଇସିସି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ତାଙ୍କୁ ଟାର୍ଗେଟ୍ କରି ବ୍ୟାକ୍ ଲଗାଇ ଦିଆ ଯାଉଥିବା କହିଛନ୍ତି।

ଅଭିଯୁକ୍ତ ପ୍ରଫେସରଙ୍କ ବିରୋଧରେ ୯ଜଣ ଛାତ୍ରଛାତ୍ରୀ ଆଇସିସି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଆଉ ଜଣେ ଛାତ୍ରୀ ରିଜିଓନାଲ ଡାଇରେକ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ସମ୍ପୃକ୍ତ ପ୍ରଫେସର୍ ଙ୍କୁ ମଧ୍ୟ ଏଚ୍ ଓଡି ପଦରୁ ଅନ୍ତର ରଖାଯାଇଛି। ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ପୁଣି ଏକାଧିକ ଛାତ୍ରୀମାନଙ୍କୁ ଚାଟିଂ, ମେସେଜ ଦେଉଥିବା ଅଭିଯୋଗ ହୋଇଛି। ଏ ନେଇ କଲେଜ୍ ଅଧକ୍ଷ ଦିଲୀପ କୁମାର ଦାସ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

  • Related Posts

    ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

    ଭୁବନେଶ୍ୱର: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ। STU, ଡଗ ସ୍କ୍ବାଡ, ବମ ସ୍କ୍ବାଡ…

    Continue reading
    ଟ୍ରକ-ବସ ଧକ୍କା:୪ ମୃତ

    ରାଉରକେଲା: ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ ଚାଳକ ଭାରସାମ୍ୟ ହରାଇ ଡିଭାଇଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା