ଟ୍ରକ-ବସ ଧକ୍କା:୪ ମୃତ

ରାଉରକେଲା: ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ ଚାଳକ ଭାରସାମ୍ୟ ହରାଇ ଡିଭାଇଡର ଅତିକ୍ରମ କରି ଡାହାଣ ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା କରିଥିଲେ। ଏଥିରେ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବସର ୨ ଡ୍ରାଇଭର, ହେଲ୍ପର ସମେତ ଟ୍ରକ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଆହତ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଡ୍ରାଇଭର ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗ୍ରାମ ନନ୍ଦିପୁର ପଞ୍ଚାୟତ ମନ୍ଦାରଖଣ୍ଡ ଗ୍ରାମର ବସ ଡ୍ରାଇଭର ମାନସ ରଂଜନ ପଣ୍ଡା ଓରଫ ବୁବା (୩୫)। ତାଙ୍କର ବାପା, ମା, ବଡ଼ ଭଉଣୀ ଅଛନ୍ତି। ତାଙ୍କ ପରିବାର ଲୋକ ଘଟଣା ସ୍ଥଳରେ ଅଛନ୍ତି। ସେହିପରି ଅନ୍ୟ ଜଣେ ଡ୍ରାଇଭର ହେଉଛନ୍ତି ଗାଡିର ଦ୍ୱିତୀୟ ଚାଳକ ଭାବେ କ୍ୟାବିନରେ ଥିବା ଦଶରଥପୁର ବ୍ଲକ ମଲିକାପୁର ପଞ୍ଚାୟତ ପୁରୁଣାସାହି ଗ୍ରାମର ନିରଞ୍ଜନ ରାଉତ ଓରଫ ବାଇନ (୫୩)। ତାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏହାଛଡା ହେଲ୍ପର ଜଣକ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତ ବଜରା ପାଟ ଗ୍ରାମର ଶିବ ପ୍ରସାଦ ନାୟକ (୫୨)ଙ୍କ ମୃତ୍ୟୁ ଘଟିଛି। ତାଙ୍କର ୨ ଝିଅ ଗୋଟେ ପୁଅ ଅଛନ୍ତି। ଘଟଣା ସ୍ଥଳରେ ବଡ଼ ପୁଅ ଏବଂ ଆତ୍ମୀୟ ସ୍ବଜନ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ କଣ୍ଡକ୍ଟର ଜଣକ ଗୁରୁତର ଆହତ ଅଛନ୍ତି। ଦୁର୍ଘଟଣାରେ ତାଙ୍କର ମୁଣ୍ଡ ଫାଟି ଥିବାବେଳେ ବାମ ହାତ ଭାଙ୍ଗିଯାଇଛି। ସେ ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ କଣ୍ଡକ୍ଟର ଅକ୍ଷୟ ଗେଡି (୪୭)। ଅନ୍ୟ ଆହତମାନେ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ସୂଚନା ମିଳିଛି।.

  • Related Posts

    ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

    ଭୁବନେଶ୍ୱର: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ। STU, ଡଗ ସ୍କ୍ବାଡ, ବମ ସ୍କ୍ବାଡ…

    Continue reading
    ଏଫଏମ୍ କଲେଜ: ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବା ଓଡ଼ିଆ ବିଭାଗ ଏଚଓଡିଙ୍କ ଚାଟ୍ ଭାଇରାଲ୍

    ବାଲେଶ୍ୱର : ବାଲେଶ୍ଵର ଏଫଏମ୍ କଲେଜର ପିଛା ଛାଡ଼ୁନି ବିବାଦ। ଛାତ୍ରୀ ଆତ୍ମାହୁତି ମାମଲା ପରେ ଏବେ ପୁଣି ଚର୍ଚ୍ଚାରେ FM କଲେଜ। ଆଉ ଜଣେ ଏଚଓଡିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଡ଼ୁଆରେ ଓଡ଼ିଆ ବିଭାଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା